STORYMIRROR

Santanu Bisoi

Abstract

2  

Santanu Bisoi

Abstract

ବେଇମାନ।

ବେଇମାନ।

1 min
203

କାନ୍ଦୁଛି ଭାରତ ମାତା ଲୁହକୁ ଝରାଇ,

ବୁର୍ଜୁଆ ଶ୍ରେଣୀର ପ୍ରତ୍ତିପତି ବଢେ ଘାଇଁ ଘାଇଁ,

ଏସମୟେ କିମ୍ପା ତୁମେ ଛାଡି ଚାଲିଗଲ

ହେ କବି ବିନ୍ଧାଣି


ସର୍ବାହରାର ରାଷ୍ଟ୍ର ଶକ୍ତି ତୋଳିବାର ପାଇଁ

ଅଗ୍ନିବର୍ଷି କାବ୍ୟ କବିତା ସାହିତ୍ୟରେ ଦେଇଥିଲ ଛାଇ,

ନିତି ନିତି ମରଣକୁ ଚରଣରେ ଦେଇଥିଲ ଦଳି

ହୋଇ ମୃତ୍ୟୁଞ୍ଜୟ


ସାମ୍ୟବାଦର ବଦ୍ଧମୁଷ୍ଟି ଉଠାଇ ଛାଡି 

ଥିଲ କେତେ ସିଂହନାଦ,

ନେତା ମନ୍ତ୍ରୀ ବୁର୍ଜୁଆଙ୍କ ଛାତିଥରା 

ଏବେ ଶୁଭେ ତୁମରି ନିନାଦେ

ବେସାଲିସ ଜୀବନଟା ଉତ୍ସର୍ଗୀକୃତ ପ୍ରବାହ ଠୁଁ ବଳୀ

କିନ୍ତୁ ସରିନି ସଂଘର୍ଷ


ହେ ନିଃସଙ୍ଗ ପଦାତିକ ଦୃଢ଼ କଣ୍ଠେ କହିଥିଲ ତୁମେ,

ସ୍ବଦେଶୀ-ସତ୍ୟକାମ ଶୋଷକର ଦଳ 

ଯେବେ ଯାଏ ଥିବେ ଟି ଜୀବିତ

ସେ ଯାଏ ବଞ୍ଚିବ ତୁମେ ନେଇ 

ବିଦ୍ରୋହୀ ବିପ୍ଳବୀର ଚିତ୍ତ

ଏସବୁ କୁ କଲେ ଉଲଂଘନ

ହେବି ବେଇମାନ


ହେ ବିପ୍ଳବର ମହାନାୟକ କଲମର ଶିଳ୍ପୀ

ତୁମ ଅବର୍ତମାନରେ ଶୁଭୁ ଅଛି 

ଶୋଷିତର ଆର୍ତ୍ତ ଚିତ୍କାର

ଧର୍ଷିତାର ଆର୍ତ୍ତନାଦ

କର୍ମହୀନ ଜୀବନର କରୁଣ ଚାହାଣି

ଗଣିକାଧର୍ମୀ ପୁଞ୍ଜିପତିଙ୍କ ତାଡନାର ରୁକ୍ଷ ସ୍ୱର

କିନ୍ତୁ ତୁମେ ଯାଇଛ ନିରବରେ ଶୋଇ

ଇଚ୍ଛାପତ୍ରେ ମାଓ ସେ ତୁଙ୍ଗ ଙ୍କୁ ଲେଖିଛ ଉତ୍ସର୍ଗେ

ବେଇମାନ ରବି ସିଂ ହୋଇବ ସେକାଳେ

ଶୋଷକର ହାତେ ଶଶାନ ଦଣ୍ଡ ଛାଡ଼ିଦେଇ 

ଯେତେବେଳେ ଯିବ କାଳବଳେ


ତୁମ ଗଲା ପରେ ପରେ

ସାୟିତାନ ଶାସନ ଦଣ୍ଡ ଧରି  

କରୁଛି ବିକଟାଳ ଗର୍ଜନ

ଦାନ୍ତ ନିକୁଟି ଲମ୍ଫ ଦେଇଛି ଗରିବ, ଶ୍ରମିକ, 

କୃଷକର ଅସହାୟତା ଉପରକୁ

ଓଠ ଚାଟି ଲାଲ ଟହଟହ ତୃଷାର୍ତ ଜିହ୍ଵା 

ଲମ୍ବେଇ ଦେଇଛି ଅଶହାୟ ତରୁଣୀ ଆଡକୁ


କବି ରବି ସିଂଙ୍କ ପ୍ରତି ଉତ୍ସର୍ଗୀକୃତ।

କିଛି ଶବ୍ଦ, ତାଙ୍କ ଲିଖିତ ବହିରୁ ଉଧୃତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract