STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ବେଇମାନ ଭ‌ଅଁର

ବେଇମାନ ଭ‌ଅଁର

1 min
11.7K


ତୁ ଭାରି ବେଇମାନଟେ 

ସବୁ ଥର ଆସୁ , 

ମୋ ପାଖକୁ କିଛି ବାହାନା ନେଇ ପ୍ରେମର ....।


ପ୍ରେମର ସେ ଗୁଣୁଗୁଣୁ ଗୀତ ଗାଇ 

ହଜେଇ ଦେଉ ତୁ ମୋତେ ତୋ ଦୁନିଆରେ .... 


ଭାରି ଭଲ ଲାଗେ ତୋର ମିଠା ମିଠା ସ୍ୱର ....

ଆଖି ପତା ଟା ଭି ଧିମେଇ ଆସେ ସେ ଗୁଞ୍ଜନ ରେ .... 



ନାନା କପଟ କରି ନିକଟତର ହେଉ ତୁ ମୋର

ମୁଁ ବୁଝି ପାରେନା ତୋର ସେ 

କପଟତା ପୂର୍ଣ୍ଣ ଭାବକୁ .....।


ଭାରି ସହଜରେ ଆଦରି ନିଏ ମୁଁ ତୋର ସେ ଆବିଳ ତାକୁ .... 


ତୋର ପ୍ରତି ସ୍ପର୍ଶରେ ମୋର 

ପାଖୁଡ଼ା ସବୁ 

ହଜେଇ ଦିଏ ତାର ସ୍ଥିତିକୁ


କମ୍ପନରେ ପ୍ରେମର ଭଉଁରୀ ଖେଳି ଯାଏ 

ବୃନ୍ତକ ଯାଏ



ସେ ନୂତନ ସ୍ପର୍ଶଟାରେ 

ମୁଁ ଲଙ୍ଘି ଯାଏ ନିଜର ପରିଧିକୁ ... 

ଢଳେଇ ଯାଏ ସୀମା ହୀନ ପଥକୁ ...



ତୁ ମନା ଇଛା ଶୋଷି ନେଉ 

ମୋ ସ୍ନେହର ମଧୁକୁ

ଉଡି ଯାଉ କେଉଁ ଆଡେ ... 

ଯେଉଁ ଆଡ଼େ କି ମୋ ନଜର ବି ପାଏନା ......।



ପୁଣି ଆସୁ , ପୁଣି ଖେଳି ଯାଉ ମୋ ଭାବନା ସହ ... 

ବୁଝି ପାରେନା ସେ ପ୍ରେମ ଅବା ପ୍ରତାରଣାର ଭାବନା ।



ଜାଣିବି ପାରେନା ପ୍ରତି ଥର ଆସୁଥିବା ସେ ସମ ରଙ୍ଗ ଭଅଁରଟି ତୁ ...? 

ଅବା କେଉଁ ବହୁରୂପୀଟିଏ ....

ତଥାପି ମୁଁ ଥାଏ ନିରୁତ୍ତର ..



ସମୟର ଅଗ୍ରସର ବୁଝି ଯାଏ , 

ସେ ଯେ ନୁହେଁ ତୋର ସ୍ନେହ , 

ସେ ତୋର ବେଇମାନୀ ...



ମୋର ସ୍ନେହକୁ ଶୋଷିବା ଖାଲି ତୋର ଗୋଟେ ଲୋଭ , 

ଲୋଭୀକୁ ପ୍ରଶୟ ଦେଇ ମୁଁ ଆଜି ଦୋଷୀ ... 


ତୁ ଶୁଦ୍ଧ ବେଇମାନୀଟେ .... 

ତୁ ସ୍ୱାର୍ଥପର , କାମାତୁର , ଲମ୍ପଟ ଭ‌ଅ‌ଁରଟେ

ମୁଁ ନିରୀହ , କିନ୍ତୁ ସମ୍ପୂର୍ଣ୍ଣ ଦୋଷୀ ଫୁଲଟିଏ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy