ବେଦନା ଶେଫାଳି ର
ବେଦନା ଶେଫାଳି ର
ରାତିର ଜନ୍ମ ମୋର, ଜହ୍ନ କୁ ମୁଁ ବାନ୍ଧବୀ କରିଥିଲି
ସୁର୍ଯ୍ୟ କେମିତିକା , ମୋତେ ଜଣା ନାହିଁ
କେବେ ଦେଖିନାହିଁ ସ୍ୱପ୍ନ ର ମଣିଷ କୁ
କହନ୍ତି ମୁଁ କୁଆଡେ ରାତିର ରାଣୀ,କହୁଛି
ବିସ୍ଥାରି ଶୁଣ ମୋ କାହାଣୀ
କଳଙ୍କ ଧରି ବି ରାତିର ରାଣୀ
ଆଖିର ଲୁହ ହୋଇ ଖସି ପଡେ ତଳେ
ଜହ୍ନ ଜାଣେ ମୋ ଆଭାସ
ଦିନ ର ଆଲୁଅ ମୋ ପାଇଁ ଅଗ୍ନି ସମାନ
ଜାଳି ଦିଏ ମୋ ଆଶା, ପୋଡିଦିଏ ମୋ ସ୍ୱପ୍ନ
ଢ଼ଳିଯାଏ ମୋ ଆଖି ର କିରଣ
ବରି ଥିଲି ରେ ମୁଁ ତୋତେ, ସାଥି ରେ ଦିନ
ହେଲେ ଦିନ ତୁ ତ ନେଇଗଲୁ ମୋ ଜୀବନ
ମୋ ବେସୁରା ରାଗିଣୀ ର ସପ୍ତସ୍ୱର ସଂଯୋଜନା ଯେମିତି ଅସମ୍ଭ
ବ ,
ପ୍ରେମ କରିଥିଲି ଦିବସ କୁ
ରାତିର ରାଣୀ ମୁଁ ରାତି ହିଁ ମୋ ବିଭବ
ରାତି ମୋତେ ପ୍ରେମ କରେ ଓ ମୁଁ ରାତି କୁ ଘୃଣା
ଦିନ କୁ ଯେତେ ଭଲ ପାଏ ସେତେ ଦିଏ ମୋତେ ଯନ୍ତ୍ରଣା
ଏ ତ୍ରିକୋଣିଆ ପ୍ରେମ ରେ କିଏ ଅବା ଖୁସି ହେଇପାରିବ
ଦିନ କୁ କେତେ କଥା କହିବାର ଅଛି
ତାହା କହିଲେ ଏବେ ପୋଥି ହୋଇଯିବ
ମୋର ଏବେ ବିଦାୟ ର ବେଳ ହେଲାଣି
ମୁଁ ଝରି ପଡିବି , କାଳ ର କଳା କାଳୀମା ମୋତେ
ଝରେଇ ଦେବ , କରିଦେବ ବୃନ୍ତଚ୍ୟୁତ
ମୋ ପ୍ରାର୍ଥନା ମୋ ପିତା ଙ୍କୁ ନେଇ ଜଣେଇ ଦେବ
ନହେଲେ ରାତିର କଳଙ୍କ ଓ ଦିନ ର ଉତ୍ତାପ ମୋ
ମୋ ଧଳା ଶରୀରରେ ବିସ୍ଫୋଟ ସୃଷ୍ଟି କରିବ