STORYMIRROR

samhita jena

Romance

3  

samhita jena

Romance

ବଧେଇ

ବଧେଇ

1 min
163

ପ୍ରେମ ପ୍ରଣୟର ପରିଭାଷା ତୁମେ

ପ୍ରିୟା ମୋର ପ୍ରଣୟିନୀ

ସପନରେ କେବେ ଆସ ଧୀରେ ଧୀରେ

ଟାଣି ଲାଜର ଓଢଣୀ।


କଣେଇ କଣେଇ ଚାହୁଁ ଥାଅ ତୁମେ

ଲାଜେଇ ଲାଜେଇ ହସ

ଚୁପି ଚୁପି କୁହ ଗୋଲାପୀ ଅଧରେ

ସାଜିଛି ମୁଁ ବଧୂ ବେଶ।


ସପନଟା ମୋର ସତ ହୋଇ ଗଲା

କନିଆ ସାଜି ଆସିଲ

ମାତୃତ୍ବ ଆନନ୍ଦେ ହଜିଗଲ ତୁମେ

ନାରୀତ୍ବ ସଫଳ କଲ।


ଉପହାର ଦେଲ କନ୍ୟାରତ୍ନଟିଏ

ମନ ହୋଇଗଲା ଖୁସି

ସମୟ ସାଥିରେ ତାଳ ଦେଇ ସିଏ

ବାଣ୍ଟୁଥିଲା ଖାଲି ଖୁସି।


କ୍ରୀଡା ଦୁନିଆଁରେ ପାଦ ଦେଲା ଝିଅ

ରଖିଲା ବାପାର ନାଆଁ

"ବଧେଇ" ତୁମକୁ କେମିତି ଦେବି ମୁଁ

ତୁମେ ପା ଝିଅର ମାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance