STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ବୈଶାଖୀ..

ବୈଶାଖୀ..

1 min
228

ବାଃ ରେ ବୈଶାଖୀ ବାଃ..

ମୋ ମନରେ ଘୋଟେ ବରଷା ଶ୍ରାବଣ

ତୋ ଦେହେ ବରଷା ଛୁଆଁ,

ତୁ ଭାସି ଯିବୁ ବାଦଲ ସାଥିରେ,

ମୋ ଛାତିରେ ବିଜୁଳି ନିଆଁ..!

ବାଃ ରେ ରୁଦ୍ରାଣୀ ବାଃ..

ମୋ ମନରେ ସାଜେ ରୌଦ୍ର ବୈଶାଖ,

ତୋ ଦେହେ ଶ୍ରାବଣ ବାଆ,

ତୁ ଝୁଲୁ ସିନା ମେଘର ଦୋଳିରେ,

ମୋ ମରମେ କୁହୁଳେ ଧୂଆଁ..!

ବାଃ ରେ ମୌସୁମୀ ବାଃ..

ଝୁଲି ଝୁଲି ଝୁଲୁ ମେଘର ଦୋଳିରେ,

ଝୁମେ ଏ ସାରା ଦୁନିଆଁ,

ମେଘ ସଵାରୀରେ ମଙ୍ଗନ ସାଜିଲେ,

ମୋ ଦେହେ ଲାଗିବ ନିଆଁ..!

ହଁ,ଶ୍ରାବଣୀ ତୋ ନାଁ,

ଝରିଲେ ଝରିବୁ ତୋ ଆଶା ଆଷାଢ଼େ

ବରଷା ରାଣୀ ତୋ ନାଁ,

ମୁଁ ଝୁରୁ ଥିବି ତୋର ଝୁମନ୍ତ ଶ୍ରାବଣ,

କାଳ ବୈଶାଖୀ ମୋ ଗାଁ..!

ବାଃ ମେଘ ରାଣୀ,ବାଃ..

ଯେତେ ତୁ ଝୁଲୁଛୁ,ଝୁଲୁ ଥା,

ଆସିବ ରାଜା ତୋ ବାଦଲ ଉହାଡୁ,

କିଆ କେନ୍ଦୁ ଖାଇ ଫୁଲୁ ଥା..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance