Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract Tragedy

3  

DILIP KUMAR SAHOO

Abstract Tragedy

ବୈଶାଖୀ ଝଡବତ୍ଯା

ବୈଶାଖୀ ଝଡବତ୍ଯା

1 min
170


ବୈଶାଖୀ ଝଡବତ୍ଯା

ମୋଡିଦିଏ ଡଙ୍କ

ଫୋନି ଓ ଅମ୍ଫନ ଏବେ

ୟାସ୍ ର ଆତଙ୍କ ।

ସାରା ରାଜ୍ୟ ଭୟବିତ

କରୋନାର କୋପ

ଦାଉପରେ ଦାଉ ସାଧେ

ବାତ୍ୟା ଲଘୁଚାପ ।

ବରଷାର ଗରଜନ

ପବନର ରଡି

ଶୁଖିଲା ନଈରେ ଆସେ

ଅଦିନିଆ ବଢି ।

ଛପର ଛାଉଣୀ ଉଡେ

ଗଛଯାଏ ପଡି

ଅଶାନ୍ତ ସମୁଦ୍ର ଆସେ

ଲୁଣିପାଣି ମାଡି ।

କରୋନା ଡରରେ ଏଣେ

କେତେ କଟକଣା

ବାତ୍ୟା ପୁଣି ଲୋକଙ୍କୁ ତ

କରେ ବାଟବଣା ।

ଆସିବା ଆଗରୁ ବାତ୍ୟା

ବଜାର ଉଚ୍ଛନ

ସାମାଜିକ ଦୂରତାକୁ

ନଥାଏ କା ଧ୍ୟାନ ।

ଅତି ଆବଶ୍ୟକ ଯାହା

କିଣିବାକୁ ତାହା

ହାଟ ବଜାରରେ ଭିଡ

ମିଳେନାହିଁ ରାହା ।

ବଜାରରେ ସୃଷ୍ଟିହୁଏ

କୃତ୍ରିମ ଅଭାବ

ଖାଉଟିଙ୍କୁ ଶୋଷିବା ତ

ବେପାରୀ ସ୍ବଭାବ ।

ମହରଗ ହେଉ ପଛେ,

ଖାଉଟି ବିକଳ

କିଣନ୍ତି ବିଷ୍କୁଟ ଚୁଡା

ପରିବା ଚାଉଳ ।

କରୋନା କୋରୁଛି ପୁଣି

ବାତ୍ୟା ସାଧେ ଦାଉ

ଛଟପଟ କରେ ଏଣେ

ବଜାର ର ଭାଉ ।

ଧନ୍ୟ ମହାପ୍ରଭୁ ଧନ୍ୟ

ତୁମର ଏ ଲିଳା

ଉପଶମ କରବାରେ

ଏ ବିପଦ ଜ୍ବଳା ।



Rate this content
Log in

Similar oriya poem from Abstract