STORYMIRROR

Kalyani Nanda

Classics

4  

Kalyani Nanda

Classics

ବୈକୁଣ୍ଠ ସମ ଘର

ବୈକୁଣ୍ଠ ସମ ଘର

1 min
266

 ସ୍ନେହ, ମମତା, ସହିଷ୍ଣୁତା,ଧୈର୍ଯ୍ୟର,

 ଚାରି କାନ୍ଥ ଘେରା ଛୋଟ ଏକ ଘର,

 ପିତା, ମାତା ସୁଦୃଢ ସ୍ତମ୍ଭ ସେ ଘର ର,

 ଏକତା ପୁତ୍ର,କନ୍ୟା,ଭାଇ,ଭଗିନୀ ର,

 ସୁନ୍ଦର ଘର ଯହିଁ ଥାଏ ଏକ ପରିବାର ।


  ମାଁ ର ପଣତ ତଳେ ଯେବେ ଆସେ ରାତି,

  ପିତାଙ୍କ ସାହସର ହାତଧରି ଦିନ ଯାଏ ବିତି,

  ଶିଶୁଙ୍କ ହସରେ ହସୁଥାଏ ଛୋଟ ବଗିଚା ଟି ,

  ଘର ଅଗଣାରେ ଶୁଭ୍ର ଜୋଛନା ପଡେ ଝରି,

  କି ସୁନ୍ଦର ସେହି ଘର ବୈକୁଣ୍ଠ ଭୁବନ ପରି ।


  ସ୍ନେହ,ମମତା ର ସେ ଯେ ସେତୁ ସମ୍ପର୍କର,

  ଏକତା ର ବନ୍ଧନ ରେ ବନ୍ଧା ଯେଉଁ ପରିବାର,

  ମଧୁର ଲାଗେ ମମତା ଭରା ସେଇ ପରିବାର,

  ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର,

  ପରସ୍ପର ସ୍ନେହ,ଶ୍ରଦ୍ଧା ଯହିଁ ଥାଏ ନିରନ୍ତର ।


Rate this content
Log in

Similar oriya poem from Classics