ବୈଦେହୀ ବାରତା
ବୈଦେହୀ ବାରତା
ବିଷଣ୍ଣ ବଦନେ ' ପ୍ରଦୋଷ ପ୍ରାଙ୍ଗଣେ '
ସନ୍ତାପ ନୟନେ' ଚାହିଁ ;
ମାତା ମହୀୟସୀ ' ଜନକ ନନ୍ଦିନୀ '
ବିଜନେ ରାମଙ୍କୁ ଧ୍ୟାୟୀ ।
ପରମାରାଧ୍ୟ ହେ ' ମୋର ପ୍ରାଣ ସାଇଁ '
ପ୍ରୀତି ପୂର୍ଣ୍ଣ ପୂର୍ଣ୍ଣ ' ଯହିଁ ;
ମାନସେ ବନ୍ଧା ମୋ ' ମଞ୍ଜୁଳ ଅତୀତ '
ପ୍ରେମ ସରେ ଡୁବେ' ମୁହିଁ ।
ପରାଣ ପୂର୍ଣ୍ଣତା ' ପୂରୁବେ ଉତ୍ସର୍ଗି '
ଭୁବନେ ବିଦିତ ' ଏହି ;
କାଳ ବଳେ ଆମ୍ଭ ' ବିଚ୍ଛେଦ ବିଚାର '
ନୀୟତି ର ଖେଳ' ଏହି ।
ଅବିରତ ଚକ୍ଷୁ ' ଚାହାଣି ନିର୍ମମ '
ବିଶାଳ ବ୍ୟୋମ କୁ' ଦେଖି ;
ଅମ୍ବୁଦ ଅମ୍ବରେ ' କ୍ଷିପ୍ର ଯାଅ ଚଳ '
ପତି ଙ୍କୁ ଦୂରେ ଯେ ଦେଖି ।
ଅଭିନବ ଆମ୍ଭ ' ବିଚ୍ଛେଦ ଅନୁଭ '
କ୍ଲେଶ ଭରା ଯେତେ ' ବାଣୀ ;
ଶୁଣାଇବ ମୋର ' କ୍ଲେଶ ଯୁକ୍ତ ବାଣୀ '
ଦୁଃଖିନୀ ବାରତା ' ମଣି ।
କର୍ଣ୍ଣେ ଶୁଣାଇବ ' ବିହୁନେ ମୂର୍ଚ୍ଛିତ '
ବିଯୋଗ ରେ ତାଙ୍କ ' ମୁହିଁ ;
କୁଶଳେ ରହିବେ ' ମଙ୍ଗଳେ ରହିବେ '
ମୋର ନାଥ ପ୍ରାଣ ସାଇଁ ।
ଫେରିବ ଆସନ୍ତେ ' ଶୁଣାଇବ ମୋତେ '
ପ୍ରଭୁ ଙ୍କ ଉଚ୍ଛ୍ୱାସ ' ରବି ;
ଦର୍ପ ଭରେ କିମ୍ବା ' କେହ୍ନେ ରହିଛନ୍ତି '
ସଂଭ୍ରମ ପୁରୁଷ ' ଛବି ।
ସଜଳେ ଭାସେ ମୁଁ ' ଲୋତକ ଝରାଇ '
ବକ୍ଷେ ଯେତେ କୋହ ' ନେଇ ;
ନିର୍ବାକ ଅଧରେ ' ବ୍ରଜ ସାଧନା ରେ '
ସଞ୍ଚାରିତ ପ୍ରେମ ' ବହି ।