ବାରଙ୍ଗନା
ବାରଙ୍ଗନା
ତୁମେ ସେମିତି ଚକା ଆଖି କରି
ଦେଖୁଥାଅ ସେ କାନ୍ଥ ଅଧରୁ
ମୁଁ ସେମିତି ପ୍ରତ୍ୟେକ ଦିନ
ମୋ ସତୀତ୍ଵ ଉଜାଡୁଥାଏ
ମୋ ଦେହର ଅଣୁ ଭାଙ୍ଗିଲା ବେଳେ
ମୁଁ ଚାହିଁବି ତୁମ ସହ ଆଖି ମିଳେଇ
ଲଜ୍ଜା ରେ ଆଖି ବନ୍ଦ ନକରିବାକୁ ମୋର ଅନୁରୋଧ
ତୁମ ଦୟଣା ପରି ମୁଁ ପବିତ୍ର ନୁହଁ
ତୁମ ପହଡ ପଡିଲେ ମୋର ସଜ ଆରମ୍ଭ ହୁଏ
ଘର ଦୁଆରୁ ଗରାଖକୁ ମନା କରିବି କେମିତି
ଗରାଖ ପରା ଭଗବାନ
ମୋ ଭିତର ବାତ, କୁର୍ମି, ନାଳ, ପିତକୁ କିଏ ଦେଖିଚି
ମତେ ରୂପସୀ ଭଳି ସତେଜ ରହିବାକୁ ହବ
ଯନ୍ତ୍ରଣା ଯେତେବେଳେ ମୋ ଆଖିରୁ ବୋହିବ
ତୁମକୁ ମୁଁ ଦେଖିବି, ଡାକିବି ମନ ଭିତରେ
ପାରିବ ଯଦି ମତେ ଆହୁରି ସୁନ୍ଦର କରିବ
କାହିଁକି ନା ଗରାଖ ସନ୍ତୁଷ୍ଟ ନହେଲେ ମୋ ଯନ୍ତ୍ରଣା ବ୍ରୁଥା
ପୁଣି ମତେ କବାଟ ପାଖେ ଆଉ ଜଣକୁ ଦେଖିବାକୁ ହବ
ତମ ଦେହର କଳାକୁ ଆଣି ମୁଁ ଆଖିରେ ନାଇବି
ବାରଙ୍ଗନା ମୁଁ ଯେ ବାର ରଙ୍ଗେ ସଜେଇ ହେବି....।