STORYMIRROR

Prabhati Mahapatra

Tragedy Inspirational

3  

Prabhati Mahapatra

Tragedy Inspirational

ବାରନାରୀର ମହତ୍ ଉଦ୍ଦେଶ୍ୟ

ବାରନାରୀର ମହତ୍ ଉଦ୍ଦେଶ୍ୟ

1 min
157


ସଦନର ସଦର ଦରଜା କିଏ ଫିଟୁଛି ?

ଆରେ ରାମବାବୁ !

କଥା କ'ଣ ଉଷୁନା ହାଣ୍ଡି ପରି ମୁହଁ?

କ'ଣ ଚାନ୍ଦିନୀକୁ ବୁଝାଇବାରେ ବିଳମ୍ବ ?

ଏଥିରେ ଏତେ ଉଦାସ

କିନ୍ତୁ ଆଜି ତ ଆପଣ ମୋର ଅତିଥି ନୁହଁନ୍ତି ।

ସମୟ କାହାର ଦାସ ନୁହେଁ !

ତେଣୁ ମୁଁ ଅନ୍ୟ ଜଣେ ହୃଦୟବାନ ବ୍ୟକ୍ତିକୁ .....

ତୁମେ ସ୍ଵାଦିଷ୍ଟ ପାନୀୟ ଗ୍ରହଣ କର 

ଆସନ୍ତା କାଲି ଦର୍ଶନ ହେବ ।

ଆରେ ଏ କ'ଣ ଏତେ ରାଗ !

ଆଖି ଦୁଇଟା ଲାଲ କରି ଚାହିଁଛ '

ମୁଁ ଜାଣେ ମୋର ମନ ମୋହିଛ,

ଉପହାର ଦେଇ ।

ହେଲେ ବି ମୁଁ ନିରୂପାୟ .....

ଓଃ କି କକର୍ଶ ସ୍ଵର

କାନ ଦୁଇଟା ଫାଟି ଯିବ

ତୁ ଗୋଟେ ବାରନାରୀ ବେଶ୍ୟା

ତୋର ଏତେ ଆସ୍ପର୍ଦ୍ଧା ମୁଁ ଫେରି ଯିବି ?

ଅସହ୍ୟ ଅସହ୍ୟ

ମୋ ଘରୁ ବିଦାୟ ନିଅନ୍ତୁ ।

କିନ୍ତୁ ଯିବା ପୂର୍ବରୁ ଶୁଣନ୍ତୁ ,

କିଏ କଲା ମୋତେ ବେଶ୍ୟା ?

ମୁଁ ନାରୀ ମୋର ମାଆ ହେବାକୁ ଇଚ୍ଛା ,

ତୁମରି ପରି ସାଧୁ ମହାତ୍ମାମାନେ

ଅର୍ଦ୍ଧାଙ୍ଗିନୀ ଆଖିରେ ଛଳନାର ପଟି ବାନ୍ଧି

ଚାଲି ଆସନ୍ତି ପ୍ରଣୟ ଭିକ୍ଷୁକ ସାଜି

ଅନୁକମ

୍ପା ରାଶି ଢାଳି ମକଚି ଦିଅନ୍ତି

ନିରୀହ ନିଷ୍ପାପ ଦର ଫୁଟା କଢିକୁ

ହଁ ମୁଁ ବାରନାରୀ !

ଏଇ ତୁଚ୍ଛ ମଣିଷର ମହତ୍ କ'ଣ ଜାଣ ?

ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ

ମାନଗୋବିନ୍ଦର ଗର୍ବ ମାନ ଭଗ୍ନ ପାଇଁ

ପାଞ୍ଚାଳୀ ପାଞ୍ଚ ପତି ବରଣ କଲେ

ହେଲେ ସୂର୍ଯ୍ୟ ପୁତ୍ର କର୍ଣ୍ଣଙ୍କ ମୁରୁକି ହାସ୍ୟ

ଅପଶଦ୍ଦର ପରିଣାମ କୁରୁ ବଂଶ ମୂଳ ଉତ୍ପୋଡନ,

ଏଇ ବାରନାରୀ ସତୀ ଅନସୂୟାର ସହାୟ ,

ପତିଙ୍କ ରୂପ ଲାବଣ୍ୟ ପ୍ରତି ଲାଳସାକୁ ପୋଛି

ଶୁଦ୍ଧ ପବିତ୍ର କରି ହାତରେ ଧରାଇ ଥିଲେ ।

ତୁମରି ପୁରୁଷର କେତେକ ଉଚ୍ଛୃଖଂଳିତ ମନ

ଇଜ୍ଜତକୁ ଅବଗୁଣ୍ଠନରୁ ଟାଣି ଆଣନ୍ତି ।

ଉଦର ପୀଡାରେ ପୀଡ଼ିତା

ଏଇ ଆଲୋକ ସଜ୍ଜିତ ରଙ୍ଗ ମହଲରେ

ମିଳେଇ ଯାନ୍ତି ।

କ୍ଷୁଧାରେ ମରିବେ କି

ସମାଜ ରକ୍ଷାକର ଭକ୍ଷକରେ

କଳ୍ପନା କରି ପାରନ୍ତିନି .....

ଆଉ କିଛି ଶୁଣିବ

ସଦର ଦରଜା ଖୋଲା ଚାଲି ଯା ।

ହେ ପ୍ରଭୁ ଆଗାମୀ ଜନ୍ମରେ

ଏଇ ପିଶାଚମାନଙ୍କର ମାଆ କରି ଦିଅ ,

ମୋ ଅନୁଶାସନରେ ମୁଁ ଭଲ ମଣିଷଟିଏ

 ଯେମିତି ଗଢି ପାରେ ।



Rate this content
Log in

Similar oriya poem from Tragedy