ବାପାଙ୍କ ପାଦ
ବାପାଙ୍କ ପାଦ
ମନେପଡେ ଆଜି
"ପାଦ " ବାପାଙ୍କର
ଚକା ଚକା ନଖ
କେଡେ ଲାଗେ ସୁନ୍ଦର ।
ବାପାଙ୍କ ପାଦ
ମୁଁ ପାଇଁ ତୀର୍ଥ ସମାନ
କି ଗୟା, କି ବୃନ୍ଦାବନ
ସେହି ଚରଣେ ମୋ ସ୍ୱର୍ଗଦ୍ୱାର ।
ଖରାଦିନ ପାଦ
କି ଧୂଳି ଧୂସର
ସେଥିପ୍ରତି ତାଙ୍କର
କଦାପି ନ ଥାଏ ନଜର ।
ମୋଟା ମୋଟା ପାଦ
ସତେ କି ସୁନ୍ଦର
ସେ ପାଦେ ନଖ ଗୁଡିକ
ଦିଶଇ ଧୋବ ଫର ଫର ।
ଅଳତା ବେରତ
ଧଳା ଚିକମିକ
କି ଚିକ୍କଣ ସତେ
ନାହିଁ ଟିକେ ଫାଟ
ସତିକା ବଗ ପକ୍ଷୀର
ପର ପରି ସୁନ୍ଦର ।
ଛୋଟ ମଣିଷ ସେ
ଏ ସମାଜର
ଛୋଟ ଛୋଟ ପାଦ
ଦେହ ତୁଳନାରେ
ଠିକ ତାଙ୍କ ପାଦ
ଠିକ ତାଙ୍କ ମାର୍ଗ ।
ଧୋଇଦିଏ ଯେବେ
ପାଦ ମୋ ବାପାଙ୍କର
ଝଟକୁ ଥାଏ ସେ
ସୁବର୍ଣ୍ଣ ପରି
କି ଶୋଭା ତାହାର ।
ସେ ପାଦର ସେବା
ଆଉ ଭାଗ୍ୟେ ନ ଆସିବ
ସେଥିପାଇଁ, ବଂଚିଥିବା ଯାଏ
କର ସେବା ତାହାର
ତରି ଯିବ ଏ ହିନୀମାନୀ ଜୀବନ ରୁ
ପାପଭରା ସଂସାରରୁ
ବେଳୁ ଥାଇ ସଜାଗ ହୁଅ
ସେ ଭଗବାନ ସମାନ
ଜୀବନ୍ତ ପ୍ରଭୁଙ୍କ ଶରଣଗତ ହୁଅ ।