STORYMIRROR

suchitra pradhan

Tragedy Others

4  

suchitra pradhan

Tragedy Others

ବାପା

ବାପା

1 min
23.1K


ନିଇତି ଦେଖା ହୁଏ ମୋର

    ତୁମରି ସାଥେ,

ଜାଣିନି କାହିଁକି ନିଜର ଲାଗ

   ତୁମେ ମତେ ଏତେ।

ତୁମର ପ୍ରଥମ ସ୍ପର୍ଶ ଯେବେ 

     ମୁଁ ପାଇଲି,

ନିଜକୁ ନିଜେ ମୁଁ ତ

   ହଜାଇ ଦେଲି।

ଲାଗିଲା ଯେମିତି ତୁମେ ସତେ

    ବହୁତ ଆପଣାର,

ଯାହାର ସ୍ନେହ ଟିକ ପାଇଁ

   ମୁଁ ଥିଲି ଆତୁର।

ସମସ୍ତେ କହନ୍ତି ଯେବେ

  ପାଗଳ ତୁମକୁ,

ମନ ମୋର ଜମା ମାନେନା

  ଏ କଟୁ କଥାକୁ।

ବାରମ୍ବାର ଚେଷ୍ଟା ପରେ ବି

  ହାରି ଯେ ଗଲି,

ସମାଜକୁ ନ ଡରି ମୁଁ 

  ଆପଣାର କଲି।

ଯାହାକୁ ହରାଇଥିଲି ମୁଁ 

  ମୋ ପିଲାଦିନରୁ,

ଆଜି ପାଇଲି ଫେରି ପ୍ରଭୁ

  ତୁମରି ଦୟାରୁ।

ପ୍ରଥମ ଥର ପାଇଁ ବାପା ଯେବେ

  ମୁଁ ଡାକିଲି ତୁମକୁ,

ଖୁସିରେ ଆତ୍ମହରା ହୋଇ 

  ମୁଁ ଭୁଲିଲି ନିଜକୁ।

ପାଗଳ ଭାବି ତୁମକୁ 

  ଡରୁଥିଲା ଯେ ଆଖି,

ବାପାର ସ୍ନେହରେ ପୁଣି

  ଭିଜିଲା ସେହି ଆଖି।

ଖୁସିରେ ଭରିଗଲା ପୁଣି

  ମୋର ଏହି ଘାର,

ବାପାଙ୍କୁ ଫେରି ପାଇ

  ହସିଲା ଆମ ସଂସାର।

   

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy