ବାପା
ବାପା
ଵାପା, ସର୍ବଵ୍ୟାପୀ ଭଗବାନ ପରି ସହନଶୀଳ
ନିର୍ବିକାର, ସନ୍ତାନବତ୍ସଳ ଓ ଜିତେନ୍ଦ୍ରିୟ ଵ୍ୟକ୍ତି
ଶୀଳ, ଶ୍ଵେତଚର୍ମ ପୁରୁଷ, ଦେଖିନୁ ଅବଶୋଷ
ନୈଷ୍ଠିକ ଭକ୍ତ ମାୟାଯୁକ୍ତ ସନ୍ୟାସୀ ପରି ।
କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁ ନ ଥିବା
ପରୋପକାରୀ ପ୍ରତିଭାସମ୍ପନ୍ନ ଵ୍ୟକ୍ତି
ବଡଭାଇଭଉଣୀଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରୁଥିବା
ପ୍ରୀତିପୂର୍ଣ୍ଣ ସହାବସ୍ଥାନ ଥିଲା ତାଙ୍କ ଶକ୍ତି ।
ହୋଇପାରନ୍ତି ଅଦୂରଦର୍ଶୀ କିନ୍ତୁ ଉଦାରମନା
ଅସାଧାରଣ ପାଣ୍ଡିତ୍ୟ ଇଂରାଜୀ ସାହିତ୍ୟରେ
ନିଷ୍ଠୁର ସତ୍ୟ ପ୍ରକାଶ କରିବା ହୁଏତ ଥିଲା ସାଧନା
ନିଷ୍ଠା ତାଙ୍କର ହରି ଭକ୍ତି ରସ ପାନରେ ।
ସତ୍ୟପୁତ ବଚନ ତାଙ୍କର ଅମୃତ ବାଣୀ
କର୍ଣ୍ଣଗହ୍ଵରକୁ ପ୍ରତିଟି ମୁହୂର୍ତ୍ତରେ ଅନୁରଣିତ କରେ
ଅନେକଙ୍କୁ ଖାଦ୍ୟ ଦେବାରେ ଆଗ୍ରହୀ
ଲୋଭ ଦେଖିନୁ କେବେ ପରଧନରେ ।
ରୋଗୀଙ୍କୁ ଜଗିବାରେ ଅପରିମେୟ ଶକ୍ତି
ନିତ୍ୟ କର୍ତ୍ତବ୍ୟ ଥିଲା ପ୍ରାତଃସ୍ନାନ ପରେ ହରିନାମ
ମାଆପାଇଁ ଥିବା ଶେଷ ଶବ୍ଦ ଭୂଲିପାରିଵିନି
ମୃତ୍ୟୁ ତାଙ୍କ ଶିକ୍ଷା ଦେଲା ସତ୍ୟ ହିଁ ଅରିନ୍ଦମ ।