ବାପା
ବାପା
(ବାପା )ହୃଦୟ ତାଙ୍କର ମାପିତ ହେବନି
ଗଭୀର ସେ ପାରାବାର,
ସର୍ବଦା ତାଙ୍କର ହୃଦୟରୁ ଝରେ
ସ୍ନେହର ଅମୃତ ଝର.......
ସୂର୍ଯ୍ୟର ଉତ୍ତାପ ସହି ଯେ ପାରିଛି
ହୃଦୟ ତାଙ୍କର ବିଶାଳ,
ବର୍ଷାର ନିନାଦ ସହି ଯେ ପାରିଛି
ସେହି ଯେ ବାପା ହୃଦୟ.......
ଶୀତ କାକରରେ ମଥା ଯେ ଧୋଇଛି
ହୃଦୟ ଯେ ପରିଷ୍କାର,
ସନ୍ତାନ ସୁଖରେ ସର୍ବଦା ଅଧିର
ଯିଏ ହୋଇଥାଏ ବାରବାର......
ଶରୀର ସୁଖକୁ ତେଜି ସେ ଦିଅନ୍ତି
ନିଦ୍ରା ହଜାଇ ରାତ୍ରେ,
ସୁନ୍ଦର ନୀଡ଼ଟେ ଗଢିଥାନ୍ତି ପୁଣି
କାଠି, କୁଟା କରି ଏକତ୍ରେ ........
ସନ୍ତାନକୁ ଟିକେ ଖୁସି ଦେବାପାଇଁ
ଅସହ୍ୟ ଯନ୍ତ୍ରଣା ସହି ହୃଦୟ କରି ନରମ,
ଶାସନରେ ପୁଣି କଠୋର ହୁଅନ୍ତି
ଟପି ଯାନ୍ତି ଲକ୍ଷ୍ମଣଗାର ନିୟମ........
ପଦ ରଖି ସିଏ ତତଲା ବାଲିରେ
ସନ୍ତାନେ ସ୍କନ୍ଧରେ ରଖି,
କଣ୍ଟକର ପଥେ ରୁଧିର ନିଗିଡେ
ଯେବେ ଆହା କରନ୍ତି ସେ କି ସୁନ୍ଦର ଅଭିବ୍ୟକ୍ତି.....
ନୀଳକଣ୍ଠ ସମ ବିଷ ପାନ କରି
ଯିଏ ସର୍ବଦା ବାଣ୍ଟନ୍ତି ଅମୃତ,
ସେ ହିଁ ବାପା ବିଶାଳ ହୃଦୟ
ତାଙ୍କର କିଏବା କଳିବ......
ବାପାଙ୍କର ଗାଳି ମଥାରେ ଯେ ବୋଳି
କରିଥାଏ ଭବିଷ୍ୟତ ଉଜ୍ବଳ,
ସଂସାରେ ତାରେ ସମସ୍ତ ସୌଭାଗ୍ୟ
ଆପେ ଆପେ ପ୍ରାପ୍ତ ହୁଏ ପୁଣ.....
ପିତା ଙ୍କର ଦାନ ପିତାଙ୍କ ସେନେହ
କିଏବା ସୁଝି ପାରିବ,
ତାଙ୍କ ରକ୍ତ ବୀର୍ଯୟେ ଗଢ଼ା ଏ ଶରୀର
ତାଙ୍କ ପାଦେ ସଦା ମଥା ନଇଁବ.......ll