ବାପା ମାଆ
ବାପା ମାଆ
ବାପା ମାଆ ବୋଲି ଦୁଇଟି ଶବ୍ଦ
କୁହନ୍ତି ଅଟଇ ପ୍ରଭୁଙ୍କର ଆଶ୍ରିବାଦ !
ଯାହାର ବଳେ ଆମେ ଦୁନିଆ ଦେଖୁ ଯାହଠୁଆମେ ନୀତି ସବୁ ଶିଖୁ !
ଦଶ ମାସ, ଦଶ ଦିନ ଗର୍ଵ ରେ ଧରି
ମା ପ୍ରସବ ପୀଡା କୁ ନ ଡରି !
ପାଇଥାନ୍ତି ନୂଆ ଜୀଵନ
ସୃଷ୍ଟି କରିଥାନ୍ତି ନୂଆ ଅଭିମାନ !
ଶିଶୁଟି କୁ ପାଇ ନିଜ କୋଳରେ
ଭୁଲି ଯାଏ ମା ସବୁ ମାୟା ଜାଲରେ !
କୁନି ମୁହଁରେ ହସ ଦେଖିଲେ
ମା ଭୁଲିଯାଏ ସବୁ ସତରେ !
ପାପାଙ୍କ କଥା ଆଉ କଣ କହିବି
ସେ ତ ଅଛନ୍ତି ସବୁ ସହିକି !
ନିଜେ ଖାଇ ଅଧା ପେଟ ଖାଦ୍ୟ
ହେଲେ ଘରେ ଢାଳି ଦିଅନ୍ତି ସବୁ ସଜ୍ୟ !
କେବେ କିଛି ନ ହୁଏ ଅଭାବ
ସେଥିପାଇଁ ପ୍ରଭୁଙ୍କର ପାଖରେ କରନ୍ତି ଗୁହାରୀ !
ଯେଉଁ ଜିନିଷ ରେ ହାତ ରଖିଲେ
ପାପା ଦିଅନ୍ତି ତାକୁ ତୁରନ୍ତ !
ବାପା ଭଳି ଆଉ କେ ହେବ
ସେ ତ ଆମ ପାଇଁ ଜଗନ୍ନାଥ ଙ୍କ ଦୂତ !
କଥାରେ କୁହନ୍ତି ବାପା ନାହିଁ ଯାହାର
ସାହା ନାହିଁ ତାହାର !
ବାପା ଅଟେ ଆକାଶ ଠୁ ବଡ, ପର୍ବତ ଠୁ ବଡ
ବାପା ଅଟେ ସର୍ବ ଶକ୍ତି ମାନ, ସର୍ଵ ପୂନ୍ୟବା ନ !
ପୃଥିବୀ ଠାରୁ ବଡ ମାଆ ଙ୍କ ମନ ,
ସନ୍ତାନଙ୍କ ଦୁଃଖ ଦେଖିଲେ ହୁଅନ୍ତି ଉଛନ୍ନ !
ଚାଲ ଆମେ ଯିବା ବାପା, ମାଙ୍କ ପୟରେ
ପଡ଼ିକରିବା ନିଜ ଜୀବନ କୁ ଧନ୍ୟ !
ବାପା ମାଆ ଙ୍କ ଗୁଣଗାନ କରିବାକୁ
ନାହିଁ ମୋର ଭାଷା,
ତାଙ୍କ କୁଳରେ ମୋର ମରିବାକୁ ଆଶା !
ବାପା ମାଆ ରକ୍ତ ଦେଇ ଗଡିଥାନ୍ତି ଆମ ଜୀଵନ
କମିବନି କେବେ ତାଙ୍କ ପ୍ରତି ଆମ ସଂମାନ
।