ବାନ୍ଧି ଦେଲ ତୁମେ ମୋତେ
ବାନ୍ଧି ଦେଲ ତୁମେ ମୋତେ
ହଜିଥିଲି ଏକ
ନିଘଞ୍ଚ ଜଙ୍ଗଲର ଅଦୃଶ୍ୟ ପଥରେ
ଖୋଜୁଥିଲା ଏକ ଶିକାରୀ ମୋତେ
ପ୍ରତିଦିନ, ପ୍ରତି ରାତି ଓ ପ୍ରତି କ୍ଷଣେ
ମିଳନ୍ତାକି କି ସେ ଶିକାର ମୋ
ହୃଦୟ ଧନୁରେ ଭାବନାର ତୀର ବିଦ୍ଧରେ
ମିଳିଗଲେ ଥରେ ମୋତେ ସେ ଶିକାର
ଭାବି ନେବି ମୁଁ ଅଛି ବୈକୁଣ୍ଠ ଭୁବନର....।।
ହୃଦୟର ଧନୁ ଧରି ବସିଛି ମୁଁ
କେତେ କାଳରୁ କେତେ ଦିନୁ
ତୁମକୁ କରିବି ଶିକାର
ଭାବନା କି ସତ୍ୟ ହେବ ଏ ଅସତ୍ୟ ସମୟେ
କଳ୍ପନା କି ଆଙ୍କି ଦେବ ସେ ଶିକାରକୁ
ମୋ ଭାବନାର ପରିସରେ....।।
ଭୟରେ ଭୟରେ ଦେହ ମନ ବି ଚହଲି ଯାଏ
ତୁମକୁ ଶିକାର କରିବା ଆଶାରେ
ଏତେ ବଡ ଦୁନିଆରୁ
ଶିକାର କରିପାରିବି ତୁମକୁ...?
ମୁଁ ମୋ ଭାବନାର ତୀରେ
ନା ବାନ୍ଧି ପାରିବି ମୁଁ ତୁମକୁ
ମୋ ହୃଦୟ ପ୍ରାନ୍ତରେ
ନା ଖୋଜି ପାରିବି ମୁଁ ତୁମକୁ
ମୋ ସ୍ମୃତିର ଆଇନାରେ
ପାରିବି ତୁମକୁ ବାନ୍ଧି ମୁଁ.....??
"ତୁମ ବିନା ପାରିବିନି ବଞ୍ଚି" ଶବ୍ଦ ଉଚ୍ଚାରଣେ
ବାନ୍ଧି ଦେଲ ତୁମେ ମୋତେ
ତୁମ ହୃଦୟର ସୂକ୍ଷ୍ମାତି ସ୍ଥାନରେ.....!!