Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ବାଲିଘର

ବାଲିଘର

1 min
162


ସମୁଦ୍ର କୂଳରେ ବାଲିଘର

ସହଜ ଓ କୌତୁକ ବିଷୟ

ବାଲି ଘର କରୁ କରୁ, ଘର ର ପରିକଳ୍ପନା

ସତ ସତିକିଆ ଘର ପାଇଁ ଆଶା

ସତରେ କଣ ନିଜର ଘରଟିଏ ହେବ,

ପୁଣି ସୁନ୍ଦର ଓ ମନଲୋଭା।


ସମୁଦ୍ର ଲହରୀ ଏକ ଆକର୍ଷଣ

କୂଳକୁ ଆସି ପୁଣି ଫେରିଯିବ

ପୁଣି ଆସିବ,ପୁଣି ଫେରିଯିବ

ଦେଖୁଥିଲେ ଦେଖିବାକୁ ଇଚ୍ଛା

ହୃଦୟରେ ଏକ ଅଜଣା ଭାବର ଉଦ୍ରେକ।


ଭାବନା ମନରେ

ସତରେ କଣ ନିଜର ଘରଟିଏ ହେବ!

ଏତେ ବଡ ଦୁନିଆରେ ଘରଟିଏ ର ସ୍ବପ୍ନ

ସ୍ବପ୍ନ ସତ ହେବ,ନା ଏ ବାଲିଘର କୁ ନେଇ ତୃପ୍ତି !


ଭାବନା ର ଢେ଼ଉ ଚହଲି ଉଠିଲା

ବଡ ଲହରୀ ଆସି ବାଲି ଘର ଧୋଇ ହୋଇଗଲା

ଖୁସି ରେ ବାଧା ଉପୁଜିଲା।


କେତେ ଖୁସି ଥିଲା,ବାଲି ଘର ତିଆରି ବେଳରେ

ଭାବନା ରେ ଥିଲା ବାଲିଘର ସମ୍ପୁର୍ଣ୍ଣ ଜଡ଼ିତ

ମନକୁ ବୁଝାଇ ,ନିଜେ ବି ବୁଝିଲି 

ବାଲି ଘର ପରି,ଅନେକ ଘର

ଭାଙ୍ଗି ଚ୍ଛିନ୍ନ ଛତ୍ର ହେବ,ସମୟ ଚକ୍ରରେ

କିଏ ତା ହିସାବ ରଖିବ?


ଯଦି ନିହାତି ଆବଶ୍ୟକ

ପୁନର୍ବାର,ସଂଯୋଗ କରିହେବ

ତେବେ ଯାଇ ଜିବନ ସୁଖମୟ ହେବ

ଗୋଟିଏ ସାଧାରଣ ଘର ନୁହଁ,

ମହଲ ତିଆରି ହୋଇପାରିବ,ବାସ୍ତବରେ।



Rate this content
Log in

Similar oriya poem from Abstract