STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପଦିଏ କଥା

ପଦିଏ କଥା

1 min
56

ପଦିଏ କଥା

ହରି ନେଇଯାଏ ଜୀଵନ ବ୍ୟଥା। 

ପଦିଏ କଥା

ନିରାଶା ଜୀବନେ ଭରେ ସେ ଆସ୍ଥା। 

ପଦିଏ କଥା

ନିମିଷକେ ଛିଡେ ସମ୍ପର୍କ ସୂତା। 

ପଦିଏ କଥା

ପୁଣି ଜାଳିଦିଏ ଲିଭା ସଳିତା। 

ପଦିଏ କଥା

ଓଦା ଆଖିରେ ଦିଏ ଉଲ୍ଲାସ ଛିଟା। 

ପଦିଏ କଥା

ଝରିପଡ଼େ ସେଥୁ ଜୀଵନ ଗାଥା। 

ପଦିଏ କଥା

ଶତ୍ରୁ ହସିଦିଏ କରି ବନ୍ଧୁତା।

ପଦିଏ କଥା

ଜୀବନରେ ଜାଗେ ନବ ଅନୁଚିନ୍ତା। 

ପଦିଏ କଥା

କ୍ଷଣେ ମୋହିନିଏ ହୃଦ ସରିତା। 

ପଦିଏ କଥା

କହି ଯାଏ ସତେ ଦୀର୍ଘ କବିତା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract