Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Narendra Prasad Behera

Abstract

4  

Narendra Prasad Behera

Abstract

ଚିଠି

ଚିଠି

1 min
10



ଲୁହରେ ଲେଖୁଛି   ଚିଠିଟେ ତୁମକୁ

    କରିବନି ମୋତେ ପର

କାଲିଥିଲି ତୋର  ଅତି ଆପଣାର

    ହୋଇଗଲୁ ଆଜି ଦୂର ।୧।


ଅନ୍ତର ବେଦନା  ସହି ପାରୁନାହିଁ

   ମନେ ପଡୁ ଖାଲି ତୁହି

ମନେମନେ ତୋତେ ଖୋଜୁଅଛି କେତେ

    ବୁଝି ତୁ ପାରିବୁ ନାହିଁ ।୨।


ତୋପରି ଭଉଣୀ  ଜଗତ ମଧ୍ୟରେ

    ଖୋଜିଲେ ମିଳିବ ନାହିଁ

ସ୍ନେହଶ୍ରଦ୍ଧା ତୋର ଝୁରେ ମନ ମୋର 

     କହୁଛି ପ୍ରଭୁଙ୍କୁ ଚାହିଁ ।୩।


ମୋ ପରି ଭାଇକୁ ଦୂରେ ଠେଲିଦେଇ

    କେମିତି ପାଉଛୁ ଶାନ୍ତି

ଜୀବନରେ ନିଶ୍ଚେ ଭେଟ ହେବ ଆମ 

   ଦେଉଛି ଏ ପ୍ରତିଶ୍ରୁତି ।୪।


କେଉଁ ଦୋଷ ଦେଖି କଲେ ପ୍ରଭୁ ଦୂର 

   ବୁଝାଇ କର ସନ୍ତୁଷ୍ଟ

ହୃଦୟ କାନ୍ଦୁଛି ବିଚ୍ଛେଦେ ତୋହର 

  ତୋ ବିହୁନେ ମନ କଷ୍ଟ ୫।


ଦୂରକୁ ସୁନ୍ଦର   ଉଚ୍ଚ ପରବତ

    ପାଖକୁ ଯେସନେ କଇଁ

ଭଉଣୀ ବିହୁନେ ଭାଇର ମନଟା

    ହୁଏ ଖାଲି ଧଇଁସଇଁ ।୬।


କହ ଜଗନ୍ନାଥ  କି ଦୋଷ ମୋହର

     କାହିଁକି ହେଲୁ ପଥର

ସାମାନ୍ୟ କଥାଟେ ବୁଝି ପାରୁନାହୁଁ

   କାହିଁକି ଡାକିବେ ନର ।୭।


ଏତିକି ପ୍ରାର୍ଥନା  କରୁଛି ପ୍ରଭୁ ହେ

    ଦିଅ ତା ଜୀବନେ ଶାନ୍ତି 

 ଭାଇ ଭଉଣୀର ପବିତ୍ର ସମ୍ପର୍କେ

    ନ ଆସୁ କେବେ ବିପତ୍ତି ।୮।



Rate this content
Log in

Similar oriya poem from Abstract