ବାକି ରହିଛି କିଛି
ବାକି ରହିଛି କିଛି
ମୁଁ ଦୂର ଗଗନର ଫେରନ୍ତା ବାଟର ଜହ୍ନ
ତୁମେ ପଥହୁଡ଼ା ପକ୍ଷୀ ଖୋଜୁଛ ଗୋଧୂଳି ଚ଼ିହ୍ନ
ଜଣା ନାହିଁ କୂଳ ଥଳ
ନିଘା ନାହିଁ ବେଳ କାଳ
ପଡିଛି ଦେଖ ସମୂଦ୍ର କୂଳର ବାଲି ପଠାରେ
ତମର ମୋର ଯାଡ଼ି ପାଦର ଚ଼ିହ୍ନ ।।
ମୁଁ ମେଘମାଳାର ଛୋଟଛୋଟ ଖଣ୍ଡ ତୁହିନ
ତୁମେ ଧାରା ଶ୍ରାବଣରେ ଉଚ୍ଛୁଳା ନଈର ଗର୍ଜନ
କେବେ ମସୃଣ ତାର ଛୁଆଁ
କେବେ ପ୍ରେମହିଁ ତାର ନାଆଁ
ଯାହା ମୋ ହୃଦୟରୁ ତୁମ ହୃଦୟବାଟରେ
ଭରି ହୋଇଛି ମିଳନ ବେଳାର ସ୍ବପ୍ନ ।।
ମୁଁ କୁଆଁରୀ ଲାଜରେ ଭିଜି ଯାଇଥିବା ସ୍ବପ୍ନ
ତୁମେ ପୋଖରୀ କୂଳର ତୁଠ ପଥରର ପ୍ରଶ୍ନ
ଯିଏ ସହିଛି କେତେ ବାଆ
କେବେ ପାଇଛି ଶୀତଳ ଛୁଆଁ
ଯିଏ ତନଖି ନେଇଛି ମୋ ମନ ଗହୀରିର
ମୃଦୁ କୁହରଣର ଚ଼ିହ୍ନା ଚ଼ିହ୍ନା ବାସ୍ନା ।।