STORYMIRROR

Anjana Naik,Anju..Deogarh

Romance

4  

Anjana Naik,Anju..Deogarh

Romance

ବାକି ରହିଛି କିଛି

ବାକି ରହିଛି କିଛି

1 min
319

 ମୁଁ ଦୂର ଗଗନର ଫେରନ୍ତା ବାଟର ଜହ୍ନ 

ତୁମେ ପଥହୁଡ଼ା ପକ୍ଷୀ ଖୋଜୁଛ ଗୋଧୂଳି ଚ଼ିହ୍ନ

ଜଣା ନାହିଁ କୂଳ ଥଳ

ନିଘା ନାହିଁ ବେଳ କାଳ 

ପଡିଛି ଦେଖ ସମୂଦ୍ର କୂଳର ବାଲି ପଠାରେ 

ତମର ମୋର ଯାଡ଼ି ପାଦର ଚ଼ିହ୍ନ ।। 


ମୁଁ ମେଘମାଳାର ଛୋଟଛୋଟ ଖଣ୍ଡ ତୁହିନ  

ତୁମେ ଧାରା ଶ୍ରାବଣରେ ଉଚ୍ଛୁଳା ନଈର ଗର୍ଜନ 

କେବେ ମସୃଣ ତାର ଛୁଆଁ 

କେବେ ପ୍ରେମହିଁ ତାର ନାଆଁ

ଯାହା ମୋ ହୃଦୟରୁ ତୁମ ହୃଦୟବାଟରେ 

ଭରି ହୋଇଛି ମିଳନ ବେଳାର ସ୍ବପ୍ନ ।। 


ମୁଁ କୁଆଁରୀ ଲାଜରେ ଭିଜି ଯାଇଥିବା ସ୍ବପ୍ନ 

ତୁମେ ପୋଖରୀ କୂଳର ତୁଠ ପଥରର ପ୍ରଶ୍ନ 

ଯିଏ ସହିଛି କେତେ ବାଆ 

କେବେ ପାଇଛି ଶୀତଳ ଛୁଆଁ

ଯିଏ ତନଖି ନେଇଛି ମୋ ମନ ଗହୀରିର 

ମୃଦୁ କୁହରଣର ଚ଼ିହ୍ନା ଚ଼ିହ୍ନା ବାସ୍ନା ।।


Rate this content
Log in

Similar oriya poem from Romance