STORYMIRROR

ASHIS KUMAR SWAIN33

Tragedy Others

4  

ASHIS KUMAR SWAIN33

Tragedy Others

ବାହୁନୁଛି ବାହାନଗା

ବାହୁନୁଛି ବାହାନଗା

1 min
304

     





ପବନର ବକ୍ଷ ଚିରି ଛୁଟିଆସୁଥିବା 

      ଲୌହସକଟର ଶରୀର ବିକ୍ଷିପ୍ତ !

   କାଳର ଉଦରେ ତୀବ୍ରତାର ବେଗ ସୁପ୍ତ

    କଇଁ କଇଁ ହୋଇ ବାହୁନୁଛି ବାହାନଗା 

       ଚେହେରାଟି ଦିଶେ ବିତ୍ରସ୍ତ

   କାଳର କରାଳ କୋପେ ଅସ୍ତିତ୍ବ ତାର ଅସ୍ତ ।।

ଖବରକାଗଜର ମୁଖ୍ୟପୃଷ୍ଠାରେ ତା ଖବର ପ୍ରଚାରିତ 

      ଆଜି କେଉଁ ପ୍ରେମର ପରାଣ ପାଇଁ ନୁହେଁ 

            ଘୃଣା ଓ ତିରସ୍କାରେ ନିନ୍ଦିତ !!

   ମୂକ ପ୍ରାୟ ସେ ଅବକ୍ତବ୍ୟ ଯନ୍ତ୍ରଣାରେ ଜର୍ଜରିତ 

   ହୃଦୟ ତାର ବିଭୀଷିକାର ତାଣ୍ଡବେ ବିଧୁନିତ

  ବିଭାବରୀର ଅନ୍ଧାରେ ଏ କି ବିଭତ୍ସତାର ଦୃଶ୍ୟ 

 କୁଢ଼ କୁଢ଼ ଶବ ଘେରେ ଶରୀର ତାର ଅସ୍ପୃଶ୍ୟ !!!

    ରକ୍ତର ଲାଲିମାରେ ଅପଘନ ତାର ସିକ୍ତ !

 ସମୀକ୍ଷାର କାଠଗଡାରେ ସମୟର ଅନୁଭୂତି ଏଠି ତିକ୍ତ ।।

  ପରିବାରର ବନ୍ଧନକୁ ଆଡେଇ ସାଙ୍ଗସାଥି ମେଳ ଛାଡ଼ି

       ପ୍ରତିଶ୍ରୁତି ଦେଇ ବାହାରିଥିଲେ,

       ଆପଣାଜନେ ଘରୁ ଗୋଡ଼ କାଢି। 

 ଜଣା ତ ନଥିଲା ଅଧାବାଟେ ତାଙ୍କୁ ବାନ୍ଧି ନେବ ଯମ ଦଉଡ଼ି

       ଆନନ୍ଦଲ୍ଲାସର କୋଳାହଳେ କାଳର 

         କାଳିମା ଯିବ ଏମିତି ମାଡ଼ି !!!

 ବର୍ଷା ନ ଥାଇ ଅଶ୍ରୁ ଜଳେ ଭାସେ ବାହାନଗାବଜାର

  ଆତ୍ମୀୟ ବିହୁନେ ଉଜୁଡେ କେତେ ଯେ ପରିବାର ।।

 କୋଳଶୁନ୍ୟ ମା ବାହୂନେ ନୟନପିତୁଳାକୁ ତା'ର ହଜେଇ

ବୃଦ୍ଧ ବାପା ଖୋଜୁଛି ଧନକୁ ତା'ର ଶବର ଗହଳି ଆଡେଇ  !!

 ଅଜଣା ଭୟେ ଭଉଣୀ ଚାହିଁଛି ଭାଇର ଫେରିବା ବାଟକୁ,

    ଆଖ୍ୟାତ ପଲ୍ଲୀରୁ ଭାଇଟି ଦୌଡ଼ିଆସିଛି 

          ଭାଇର ଶବ ଚିହ୍ନିବାକୁ  ??

 ନିଷ୍ପାପ ଶିଶୁର ଛଳଛଳ ଆଖିରେ ଅନେକ ଅକୁହା ପ୍ରଶ୍ନ

 ଲୌହର ଧ୍ଵଂସ ସ୍ତୁପତଳେ ତା ଶୈଶବର ବାଲିଘର ନିଶ୍ଚିହ୍ନ ।।

     କିଛି ଭାଗ୍ୟବାନ ଚାଲିଯାଆନ୍ତି ଶୁଣି, 

     ରାମନାମ ସତ୍ୟହେ ଚାରିକାନ୍ଧରେ

    ଆଉକିଛି ଅଲୋଡ଼ା ଏବେବି ଖୋଜନ୍ତି ,

      ସଂପର୍କ ଶବର ଶୀତଳ ଗୃହରେ  !!

   ହାଏରେ ଏ କି ସମୟ ମଣିଷ ପାଏନି ତା,

        ମୂଲ୍ୟବୋଧତାର ପରିଚୟ

       ଜଳବିନା ପ୍ରାଣ ଛାଡିଯାଏ ଏଠି, 

     ବାହୁନେ ବାହାନଗା ହୋଇ ଅସହାୟ

     ବାହୁନେ ବାହାନଗା ହୋଇ ଅସହାୟ.......।।



Rate this content
Log in

Similar oriya poem from Tragedy