ବାହୁଡ଼ାଯାତ୍ରା
ବାହୁଡ଼ାଯାତ୍ରା
ବାହୁଡ଼ାଯାତ୍ରା ରେ ବାହୁଡୁଛି ଜଗା
ଲାଗିଅଛି କେତେ ଭିଡ଼
ଜନ୍ମ ସ୍ଥାନ ଆଜି କାନ୍ଦୁଛି ଗୁମୁରୀ
ଜନଶୂନ୍ୟ ଗୁଣ୍ଡିଚା ମନ୍ଦିର ।
ବରଷକୁ ଥରେ ଆସୁଛିରେ ଜଗା
ଭାଇ, ଭଉଣୀକୁ ନେଇ
ଭକତ ଙ୍କ ସୁଅ ଛୁଟି ଚାଲି ଆସେ
ତୋର ଦରସନ ପାଇଁ ।
ଦଇତାପତି ଠୁ ସେବକ ପର୍ଯ୍ୟନ୍ତ
ତୋ ସେବାରେ ଲାଗିଥାନ୍ତି
ଯେଉଁ ଦିନ ଯେଉଁ ବେଶ ରେ ତୋହର
ଗୋଟି ଗୋଟି କରୁଥାନ୍ତି ।
କେବେ କେବେ ଯେବେ ହୁଏ ଟିକେ ଡେରି
ଥରୁ ଥାଏ ତାଙ୍କ ଦେହ
ଦୋଷ କ୍ଷମା ଦିଅ ଦୋଷ କ୍ଷମା ଦିଅ
ଶୁଭୁ ଥାଏ ଅହରହ ।
ପାଟପିତାମ୍ବରୀ ଯତନେ ପିନ୍ଧାଇ
ତୁଳସୀ ମଥାରେ ଦେଇ
ଚନ୍ଦନ କ୍ରପୁର ବାସନରେ
ମନ୍ଦିର ଯେ କମ୍ପୁଥାଇ ।
ମହାପ୍ରସାଦ ର ମହକରେ ପ୍ରଭୁ
ବସୁଥାଏ ଚାରିଆଡ଼
ଛପନ ଭୋଗତ ତୁମପାଇଁ ଖଞ୍ଜା
ଜାଣିଛି ଏହି ସଂସାର ।
ଯେତେ ଖାଉଥାଅ ଯେତେ ବୋହୁ ଥାଅ
ମନତ ପୂରି ହୁଏନି
ନିର୍ମାଲ୍ୟ କଣିକା ଗୋଟିଏ ଦାନାର
କେତେ ମହାନତା କିଏ ବି ଭୁଲି ପାରିନି ।
ଭାରି ସୁଆଦିଆ ତୋ ଡଙ୍କ ତୋରାଣି
ମର୍ତ୍ତ୍ୟ ଆମୃତର ଧାରା
ଭକତଙ୍କ ପାଇଁ ଏହି ଭାବତୋର
ଭାବ ବିନୋଦିଆ ତୁହି ।
ଭାବରେ ତୋହର ଯିଏରେ ପଡିଛି
ଜାଣେ ତୋତେ ଏକା ସେହି
ଚକା ଆଖି ତୋର ଚାହିଁ ଥାଏ ନୀତି
ଅପଲକ ନୟନରେ ।
ସେ ଆଖିରେ ଅଛି କି ଯାଦୁ କେଜାଣି
କିଏବା ତା କହି ପାରେ
ତୋ ନାଲିଆ ଓଠୁ ଝରୁଥାଏ ହସ
ସଦା ସର୍ବଦା ନିରନ୍ତର ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଶୁଭ ଥାଏ ବାର ବାର
ଆଜି ଯାଉ ଚାଲି ବଡଦେଉଳକୁ
ସେସବୁ ସାଥିରେ ନେଇ ।
କାହିଁକିରେ ଜଗା ମୋତେ ନେଉ ନାହୁଁ
କହି ପାରିବୁକି ତୁହି
ବରଷକୁ ଥରେ ଆସି ଚାଲିଯାଉ
ମୋତେ କନ୍ଦେଇବା ପାଇଁ ।
ତୋବିନା କେମିତି ଖାଲି ଖାଲି ଲାଗେ
ସେ କଥା ଜାଣିଛି ମୁହିଁ
ଦିନପରେ ଦିନ ଗଣୁଥାଏ ବସି
ମାସ ଯାଇ ବର୍ଷ ହୁଏ ।
ଆଷାଢ଼ ଆସିଲେ ମନରେ ମୋହର
ଆନନ୍ଦ ଯେ ଖେଳିଯାଏ
କେତେ ହାତୀ ଘୋଡା ଯାକଜମକରେ
ଗହଳି ଲଗେଇ ଆସୁ ।
ଭକତ ଗହଳେ ମୁରୁକି ମୁରୁକି
ମୋତେ ଚାହିଁ ଚାହିଁ ହସୁ
କି ଅଭିଯୋଗ କରିବିରେ କହ
କି କଥା କହିବି ତୋତେ ।
ପୋଡ଼ପିଠା ଖାଇ ମନ ମଉଜରେ
ଭୁଲି ଯିବୁନିରେ ମୋତେ
ଅତି ଯତନରେ ବଡ଼ ସରାଗରେ
ପିଠାକରେ ତୋ ପାଇଁ ।
ସେତିକି ଖୁସିରେ ବରଷେ ଯାଏଁ
ତୋତେ ଚାହିଁ ଥାଏ ମୁହିଁ
ଦେଖିଦେଲେ ତୋତେ ଥରୁଟିଏ
ସବୁ କିଛି ଭୁଲିଯାଏ ।
ତୋ ସ୍ନେହରେ ଅନ୍ଧ, ଅନ୍ଧୁଣୀଟିଏ ମୁଁ
ତୋତେ ଯେ ଅଛପା ନାହିଁ
ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତୋର
ଧନ୍ୟରେ ଲୀଳା ତୋର ।
କି ଵିଧି ବିଧାନ କି କହିବି ତୋତେ
ସବୁ ଜାଣୁ ଜଗା ତୁହି
ଭକତଙ୍କ ମନ ସବୁ ତୁ ବୁଝିଛୁ
ଜାଣିଛି ଏହି ସଂସାର ।
ମୋ ମନ କଥାକୁ କେବେରେ ବୁଝିବୁ
କହିବୁ କି ଏଥର
ବାହୁଡା ଯାତ୍ରାକୁ ମୋତେ ନେବୁ ଜଗା
ସାଙ୍ଗରେ ନେବୁକି ତୋହର
ତୋ ଶିରୀ ମନ୍ଦିର ବୁଲି ଯିବା ପାଇଁ
କାନ୍ଦୁଛିରେ ମନ ମୋର ।