ବାଃଏ କି ସୁନ୍ଦର କୁହୁକ
ବାଃଏ କି ସୁନ୍ଦର କୁହୁକ
ସମ୍ପର୍କର ଯେତେ ଜୁଆର
ବିପଦରେ ପଡେ ଭଟ୍ଟା
ସମ୍ପଦରେ ସବୁ ଖୁସି
ବିପତ୍ତିରେ ହଟହଟା।
କ୍ଷଣିକରେ ବୁଡ଼େ କ୍ଷଣିକରେ ଭାସେ
ଅସ୍ଥିର ଅଧିର ସମ୍ପର୍କ
ବାଃ
ଏ କି ସୁନ୍ଦର କୁହୁକ।
ଆଜି ଯେ ଅଣ୍ଟିର ଶୋଭା
କାଲି ସେ ହିଁ କାଟେ ତଣ୍ଟି
ଗୋପନ ମନ ବ୍ୟଥାକୁ
ଶତ୍ରୁ ଆଗେ ଦେବେ ବାଣ୍ଟି।
ମନର ବ୍ୟଥା ଯେ ମନେ ଦବିଯାଉ
ଡରଇ ହେବାକୁ ଉଦ୍ରେକ
ବାଃ
ଏ କି ସୁନ୍ଦର କୁହୁକ।
ଆଶା ଅଭ୍ରକଂଶ ପ୍ରାସାଦୁ
ପଡିଲେ ମାଟି କଚାଡି
ହାତ ଦେବା ବଦଳରେ
ଲାତର ଲାଗଇ ଧାଡି।
ଆଶା ବିଶ୍ୱାସର ହତ୍ୟା କରି ଦେଇ
ଖେଳଇ ଘୃଣାର ଚମକ
ବାଃ
ଏ କି ସୁନ୍ଦର କୁହୁକ।
ମଧୁ ମୋହିତ ମାଧୁର୍ଯ୍ୟ
ନିମ୍ବ ପତ୍ର ଠାରୁ ପିତା
ବିନା ସମ୍ପଦେ ବନ୍ଧୁତ୍ୱ
ସାଜେ ଏକ ବଡ ଚିନ୍ତା।
ନିବିଡ଼ତା ନିଏ ଦୂରତ୍ୱର ରୂପ
ରକ୍ଷକ ସାଜେ ଭକ୍ଷକ
ବାଃ
ଏ କି ସୁନ୍ଦର କୁହୁକ।