STORYMIRROR

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ବାଧାବିଘ୍ନ

ବାଧାବିଘ୍ନ

1 min
148


ବାଧାବିଘ୍ନ ଆସୁ ଯେତେ ପଛେ ରାଷ୍ଟ୍ରେ

ହେବ ସହିବାକୁ ତାହା,

ସମାଧାନ ପାଇଁ  ଚେଷ୍ଟା  କରିବାକୁ

କହୁଛି କର୍ତ୍ତବ୍ୟ ତାହା।


ଶତ୍ରୁର ତାଣ୍ଡବ ହେଉବା କରୋନା

ମାଡ଼ି ଆସୁଅଛି ନିତ୍ୟେ,

ଡ଼ରନାହିଁ ଭାଇ  ଆଗୁଆ ରହିଛି

ନୂଆ ଏ ଭାରତ ନିତ୍ୟେ।


ଶକ୍ତିଶାଳୀ ସେନା  ଗର୍ଜନ କରୁଛି

ହୋଇଛି ଅତ୍ୟାଧୁନିକ,

ଅତ୍ୟାଧୁନିକର ଅସ୍ତ୍ରଶସ୍ତ୍ରେ ସେନା

ହୋଇଛି ସୀମାରକ୍ଷକ।


ନିର୍ମିତ ହେଉଛି  ଅସ୍ତ୍ରଶସ୍ତ୍ର ଏଠି

ହୋଇଛି  ଆତ୍ମନିର୍ଭର,

ଆତ୍ମନିର୍ଭରଟି  ହୋଇଛି ଭାରତ

କରୋନା ଛାର ମାତର।


କରୋନା ଟୀକା ଆବିଷ୍କାର ଏଠି

ଲାଗୁଅଛି ଜନଜନେ,

ପୁଣି ନାକ ଟୀକା ଆବିଷ୍କାର ହେଲା

କରୁଛି ଗର୍ବିତ ମନେ।


ଅନୁଶାସନଟି ରାଷ୍ଟ୍ରର କର୍ତ୍ତବ୍ୟ

ଅନୁଶାସନରେ ଜନେ,

ମାସ୍କ୍ ପିନ୍ଧୁଛନ୍ତି  ଦୂରତ୍ୱ ରଖନ୍ତି

ହାତ ଧୋଉଛନ୍ତି ଧ୍ୟାନେ।


ଟୀକା ଦ୍ବାରା ଟି ମାନବିକତା ବୃଦ୍ଧି 

ଶକ୍ତି ଭରେ ଟି ଶରୀରେ,

ସ୍ବାସ୍ଥ୍ୟ କରୁଅଛି ରାଷ୍ଟ୍ରରେ ନିର୍ମିତ

ଟୀକା ଟି ପରା ଆମରେ।


ଶତ୍ରୁ ଦେଶ ଦୁଇ ଲାଗି ରହିଛନ୍ତି

ଚୀନ ପାକିସ୍ତାନ ଦୁଇ,

କରେ ଆତଙ୍କିତ ଆତଙ୍କବାଦୀରେ

ପରା ପାକିସ୍ତାନ ଭାଇ।


ଚୀନର ଶତ୍ରୁତା ନିରନ୍ତରେ ଭାଇ

ସୀମାର ବିବାଦ ପାଇଁ,

ବିସ୍ତାରବାଦୀରେ ନୀତିଟି ଯାହାର

ଚୀନ ଶତ୍ରୁ ଆମ ପାଇଁ।


କରୋନା ଉତ୍ପତ୍ତି ଚୀନରୁ ପରା ଟି

ହେଉଛି ଉତ୍ପତ୍ତି ପୁଣି,

ଡ଼ର କରୋନାର ତହିଁପାଇଁ ଲାଗେ

ବିଶ୍ବ ଡରେ ଏହାଜାଣି।


ସବୁ ଉପଲବ୍ଧି ଭାରତରେ ପରା

ନାହିଁ କରୋନାର ଭୟ,

ନୂଆ ଏ ଭାରତ ଅମୃତର କାଳ

ନାହିଁତ ଶତ୍ରୁର ଭୟ।


ଦେଶର ପ୍ରଧାନ କର୍ତ୍ତବ୍ୟେ ଭୂଷିତ

ନାହିଁଟି ବିଶ୍ରାମ ଦିନେ,

ସୁନାମ ରାଷ୍ଟ୍ରର ବିଶ୍ବରେ ଗୁଞ୍ଜୁଛି

କରୁଛି ଗର୍ବିତ ଜନେ।


ବିଶ୍ବଗୁରୁ ପରି ଆଦର ବିଶ୍ବରେ

ଆତ୍ମନିର୍ଭର ଟି ରାଷ୍ଟ୍ର,

ହୁଏ ଆବିଷ୍କାର ନୂଆନୂଆ ଏଠି

ନିର୍ମିତ କରେ ଟି ରାଷ୍ଟ୍ର।


ନାହିଁ ଡ଼ର ଭାଇ ବାଧାବିଘ୍ନ ଏଠି

ନାହିଁ ରାଷ୍ଟ୍ରେ ଶତ୍ରୁ ଡ଼ର,

ଭୂମି ପରା ଏହୁ କୃଷ୍ଣ, ରାମ ,ଜଗା

ଗୁଞ୍ଜେଟି ନାମ ଯାହାର।




Rate this content
Log in

Similar oriya poem from Abstract