ବାଛି ପଡ଼େ ଆଗରେ
ବାଛି ପଡ଼େ ଆଗରେ
କବିତା - ବାଛି ପଡ଼େ ଆଗରେ
ରଚନା - ପଞ୍ଚାନନ ଜେନା
ତାରିଖ -୨୯-୦୮-୨୦୨୫
+++++++++++++++++ .
ସତ ସବୁ ମଖମଲି ଚାଦର
ମିଛ ସବୁ ଦଲ୍ ଦଲି କାଦୁଅ ଅତର
ଜେଜେମା କହୁଥିଲେ
ଝାପସା ଝାପସା ମନକୁ ଆସୁଛି ଏଥର
ମନ ହୃଦୟରେ ହୁଅ ଏକଦମ୍ ସଫା ସୁତୁରା
ବୁଦ୍ଧି ବିବେକ ହିସାବରେ ପୂରା ରେଜା ପଇସା ଖୁଚୁରା
ପାଠ ପଢ଼ାରେ ମୁଖସ୍ଥ କଣ୍ଠସ୍ଥ ପଦ୍ୟ ପରି
ହୁଅ ସରଳ ତରଳ ଅନର୍ଗଳ
ମାନସାଙ୍କ ମୌଖିକ ପରୀକ୍ଷା ବେଳକୁ
ମନେ କିଛି ରହୁ ବା ନ ରହୁ
ସଫା ସିଲଟ ପରି ଉଦାର ଏକଦମ୍ ସାବଲୀଳ
ସୁଖ ଓ ଦୁଃଖର ଗୁଣନଫଳ ହିସାବରେ
ଜୀବନକୁ ଜାବୁଡ଼ି ଧର
ଯୋଡିଲ କେତେ ଫେଡ଼ିଲ କେତେ
ଜାଣିବା କି ଦରକାର ?
କାରଣ ବିଧାତାର ବିଧାନ
ଭାଗଫଳ ସର୍ବଦା ହେବ ହିଁ ହେବ ଶୂନ
ମନେରଖ ଛୁଆମାନେ
ତୁମର ଠିକଣା କେବଳ ଅନ୍ୟ ହୃଦୟରେ
ତୁମର ମାର୍ଜଣା କେବଳ ଅନ୍ୟର ମନରେ
ତୁମର ପ୍ରାର୍ଥନା କେବଳ ଅନ୍ୟର କଲ୍ୟାଣରେ
ବୋଧହୁଏ ସେହି ପାଇଁ
ବୋଧହୁଏ ଜେଜେମାର ଚିନ୍ତାକଳ୍ପ ପାଇଁ
ଗହ ଗହ ଭିଡ଼ରେ ବାରି ହୋଇ ପଡ଼େ
ଆଗରେ
ଗଣେଶ ପୂଜା ମେଲୋଡିରେ
ବାଛି ହୋଇ ପଡ଼େ ବାଗରେ
ଖାଇଲି ଟମାଟୋ ମାଡ଼ ଖେଣ୍ଟିଆ
କରତାଳି ବଦଳରେ
ଟେକା ପଥର ଫୋପାଡିଲେ ଲୋକେ ବେହିଆ
ରକ୍ତ ଝରିଗଲା କପାଳ ଫାଟିଲା
ଟାହି ଟାପରା ଉହାଡ଼ରେ
ଲୋକେ
ଫୁସୁର୍ ଫାସର୍ ହେଉଥିଲେ କି
ପାଗଳ ହେଲା କି ଆମ ଗାଁର ଗର୍ବ ଗୌରବ
ଡାକ୍ତରଖାନା ନ ନେଇ ନ ପଠେଇ
ତାକୁ ଏଠାକୁ ଭଜନ ଗାଇବାକୁ ଆଣିଲା କିଏ
ମହିମା ମଣ୍ଡିତ ମହିଳା ମଣ୍ଡଳ ମହିୟସୀ
ସର୍ବେ ସରମରେ ସର୍ବସାର ସରବ୍ୟ
କାରଣ ଭଜନ ସଂଧ୍ୟାରେ ଗାଉଛି ନୀତିବାଣୀ
ଜେଜେମାର ଶିଖେଇ ଥିବା ପିଲା ଦିନର
କିଛି
ଶୁଣିବାକୁ ସୁନ୍ଦର ପଦାବଳୀ ସରଣୀ
ଆଚରଣ ଉଚ୍ଚାରଣରେ ସମନ୍ୱୟ କାହିଁ ଏଠାରେ
ସ୍ଵାର୍ଥ ସର୍ବସ୍ଵ ଜନ ଗଣ ମନ ତର୍କ କରନ୍ତି ସେଠାରେ
