STORYMIRROR

Mahendra Kumar Swain

Tragedy

3  

Mahendra Kumar Swain

Tragedy

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
389

ଗାଁ ଶେଷ ମୁଣ୍ଡ ବରଗଛ ପାଖେ

ମଶାଣି ଯେ ରହିଅଛି

ସେଇ ଗଛରେ ଯେ ରହେ କିଏ ଜଣେ

ଲୋକ କଥା ଚାଲୁଅଛି 


ଅତୃପ୍ତ ଆତ୍ମା ଯେ ସେଇଠି ରହିଛି

ଓହଳି ଯେ ରହିଥାଏ

ଗାଁ ଲୋକଙ୍କୁ ଯେ ଏକୁଟିଆ ଦେଖି

ପାଖକୁ ସେ ଟାଣିନିଏ 


ଡାକୁଥାଏ ସିଏ ଶୁଣିବାକୁ ତାର 

ଅତୃପ୍ତ କାହାଣୀ କଥା

କାହିଁ ସେ ହୋଇଛି ଅତୃପ୍ତ ଆତ୍ମା ଯେ

କହିବାକୁ ତାର ବ୍ୟଥା 


ଅସମୟରେ ଯେ ମରିଗଲା ସିଏ

ଅଧୁରା ଇଚ୍ଛା ତା ଥିଲା

ସେଇ ଇଚ୍ଛା ପାଇଁ ଅତୃପ୍ତ ହୋଇସେ

ଆତ୍ମା ହୋଇ ରହିଗଲା 


ଗାଁର ବୟସ୍କ ବୁଢା ଜଣେ ଲୋକ

କହୁଥାଏ ଛାତି ଟେକି

ତାହାରି ପାଖରୁ ଖସି ମୁଁ ଆସିଛି 

ଦେଉଥାନ୍ତି କେତେ ସାକ୍ଷୀ 


ଭେଣ୍ଡା ବୟସରେ ମରଣ ଯେ ହେଲା

ବିଧିର ବିଧାନ ଥିଲା

କେତେ ସ୍ୱପ୍ନ ସିଏ ନିଜ ପାଇଁ ତାର 

ଆଗୁଆ ସେ ଦେଖିଥିଲା 


ମରିଗଲା ପରେ ଉପରକୁ ଆଉ 

ସିଏ ଆଉ ଗଲା ନାହିଁ 

ଅତୃପ୍ତ ହୋଇଣ ଏହିଠାରେ ରହି 

କାହାକୁ ସେ ଛାଡେ ନାହିଁ 


ମୁହଁ ସନ୍ଧ୍ୟା ଯେବେ ହୋଇ ଯାଇଥାଏ 

ଛୁଆ ଭଳି କାନ୍ଦିଥାଏ 

ବରଗଛ ଡାଳ ଧରିକି ହାତରେ 

ଗଛକୁ ହଲାଉଥାଏ 


ଯଦି କେବେ କିଏ ସେଇ ବାଟେ ଯାଏ 

ଆସ୍ତେ ଆସ୍ତେ ଡାକୁଥାଏ 

ଜଣଙ୍କ ଦେହରେ ପଶି ଥିଲା ବୋଲି

ବୁଢା ପୁଣି କହୁଥାଏ 


ଶରୀର ଭିତରେ ପଶି ଯେ ତାହାର 

ଇଚ୍ଛା ସବୁ କହୁଥାଏ

ଯେଉଁଦିନ ଯାଏଁ ପୁରୁଣ ନ ହେବ

ଯିବନି ସେ କହୁଥାଏ 


ଶୁଣି ବୁଢା କଥା ଅତୃପ୍ତ ଆତ୍ମାର 

ଲୋକ ଯେ ଡରି ଯାଆନ୍ତି

ସନ୍ଧ୍ୟା ବେଳେ କିଏ ଆସିଲେ ସେ ପାଖେ

ଡରି ପୁଣି ଯାଇଥାନ୍ତି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy