ଅତୃପ୍ତ ଆତ୍ମା ......
ଅତୃପ୍ତ ଆତ୍ମା ......
କିଏ କହେ ମୃତ୍ୟୁ ପରେ ଆତ୍ମା ଘୁରି ବୁଲେ ,
ଖୋଜେ ଅପୂର୍ଣ୍ଣ କାମନାକୁ ତାର ଅଦୃଶ୍ୟ ଥାଇ ଭଲେ |
ସତ୍ୟ କିମ୍ବା ଏହା ଅସତ୍ୟ ହୁଅଇ ତର୍କ ବିତର୍କ ,
ଦୁନିଆରୁ ଚାଲିଯିବା ପରେ ହୁଏ ଖୋଜ ସେହି ସମ୍ପର୍କ |
ବିଚିତ୍ର ଏହି ଦୁନିୟା ,ବିଚିତ୍ର ଲାଗେ ଏହି ଚିନ୍ତାଧାରା
ଯାହା ବେଳେ ବେଳେ ବଦଳାଇ ଦିଏ ଜୀବନର ଧାରା |
କହିବା କିଏ ?ପୁଣି ଶୁଣିବବା କିଏ ?ସଭିଏଁ ଧୂରନ୍ଦର ,
ମୃତ୍ୟୁର ପରେ ମଧ୍ୟ କରନ୍ତି ବଡ ପତ୍ର ଅନ୍ତର |
ବଞ୍ଚିଥିବା ବେଳେ ଯେବେ ଦିଅନ୍ତି କେତେ ଦୁଃଖ ଯାତନା,
ସେତେବେଳେ କାହିଁକି ହଜିଥାଏ ତାଙ୍କରି ଏହି ମହତ ଚେତନା ?
କାଟୁ ଶବ୍ଦର ତୀର ବିନ୍ଧି କରନ୍ତି ଆତ୍ମାକୁ କ୍ଷତାକ୍ତ ,
ଆତ୍ମା ସିଏ ,ତାର ମୃତ୍ୟୁ ନାହିଁ ,ହୁଅଇ ଅତୃପ୍ତ |
ବଞ୍ଚିରହେ ମଣିଷ ଏଠାରେ ସେହି ଅତୃପ୍ତ ଆତ୍ମାକୁ ନେଇ ,
ମୃତ୍ୟୁ ତ ବହୁଦୂର ,ଘୁରିବୁଲେ ବଞ୍ଚିବାର ଆଶା ନେଇ |
କେତେ କେତେ କର୍ମ କରେ ଦୁନିଆରେ ପାପ ପୁଣ୍ୟର ,
ଖୋଜି ଭିନ୍ନ ଭିନ୍ନ ମାର୍ଗ ସିଏ ଖାଲି ତୃପ୍ତିର |
କେବେ କେହି ଅଜ୍ଞାନୀ ତାକୁ ଅତୃପ୍ତ ଆତ୍ମା କୁହଇ,
ଜାଣେନା ସିଏ ନିଜେ ଏକ ଅତୃପ୍ତ ଆତ୍ମା ଅଟଇ |
ବଡ ଦହଗଞ୍ଜ ହୁଏ ଆତ୍ମା ପାପୀ ଶରୀରରେ ଥାଇ
ସେଥିରୁ ମୁକ୍ତ ହେବା ଲାଗି ,ବିକଳେ ରହିଥାଏ ଚାହିଁ |
ଆତ୍ମା ସଭିଙ୍କର ଏହି ଦୁନିଆରେ ଏକ ସମାନ ଅଟଇ ,
ଖାଲି ପୁରୁଣା ଶରୀର ତ୍ୟାଗୀ ନୂତନ ଶରୀର ଖୋଜଇ |
ଏହି ପୁରାତନ ଛାଡି ନୂତନ ଶରୀର ଖୋଜିବା ମଧ୍ୟରେ ,
ସବୁ ପ୍ରିୟଜନ କରନ୍ତି ପ୍ରାର୍ଥନା ,ତାର ସଦ୍ଗତି କାମନାରେ |
ମୋହ ମାୟାର ମିଥ୍ୟା ବନ୍ଧନ ତାକୁ ଅତୃପ୍ତ କରିଥାଏ
ପାପୀ ମନ ତାକୁ ,ଅତୃପ୍ତ ଆତ୍ମା ଭାବି ଡରିଯାଏ |
ସତ୍ୟ କିନ୍ତୁ ବୁଝିବା, ମନୁଷ୍ୟ ପକ୍ଷେ କଷ୍ଟକର ହୁଏ ,
ଅତୃପ୍ତ ଆତ୍ମା କହି ,ଏକ ଆରକୁ ଲାଞ୍ଚନା ଦିଏ |
ଆତ୍ମାକୁ ନଚିହ୍ନି ,ପ୍ରକୁତରେ ଅତୃପ୍ତ ଆତ୍ମା କହି ହୁଅନ୍ତି ,
ପ୍ରକୁତ ଆତ୍ମାତୃପ୍ତିର ,ସ୍ୱାଦ କେହି ଅବା କି ଜାଣନ୍ତି ?