STORYMIRROR

Sangita Mishra Satapathy

Tragedy

4  

Sangita Mishra Satapathy

Tragedy

ଅତୃପ୍ତ ଆତ୍ମା ଗୁମୁରି କହେ

ଅତୃପ୍ତ ଆତ୍ମା ଗୁମୁରି କହେ

1 min
505

ପଧାନ ସାଇର ଚମ୍ପି ଆଈଟାର

ହୋଇଅଛି ପରା ସରଗବାସ

ଆଜି ପରା ତାର ଏକାଦଶ।

କ୍ଷୀରି, ପୁରି ରେ ଗାଁ ଭାସୁଛି

ପଙ୍ଗତ ପରେ ପଙ୍ଗତ ପଡୁଛି 

ଆଈ ଫଟୋ ଟାରେ ମାଳା ଝୁଲୁଛି। 

ଅତୃପ୍ତ ଆତ୍ମା ତା ଗୁମୁରି କାନ୍ଦୁଛି

ଧାନ କୁଟି କୁଟି କେତେ ଦୁଃଖେ ସିଏ

କରିଥିଲା ବଡ ତା ପୁଅ ନଖି

ପାଠ ପଢି ଯେବେ ବିଦେଶ ଗଲା

ଆଈକୁ ଭୁଲିଲା ପୁଅ ସେଠି।

ଚିଠି ପରେ ଚିଠି ଦେଉଥିଲା ବୁଢୀ

ଆ ଆ ମୋର ଧନ ନଖି

ଆଖି ପୁରାଇ ମୁଁ ଟିକିଏ ଦେଖିବି

ତୋ ବାଟ ଅନାଇ ଫୁଟିଲାଣି ଆଖି

ଆସିଲାନି ପୁଅ ନଖି

ଶେଷେ ବୁଜିଦେଲା ଆଈ ଆଖି

ଜୀଇଁ ଥିଲା ବେଳେ ଉପାସେ ରହିଲା

ପେଟରେ ପକାଇ ଓଦା ପଟି

ଆଜି କ୍ଷୀରି ପୁରି ଭସାଉଛି ପୁଅ

ଦେଖାଇ ନିଜର ଆଧିପତି

ଜୀବନ୍ତ ଦେବତା ଅଟେ ମାତା ପିତା

ମିଳିବେନି ଗଲେ ଆଉ ଥରେ

ସେବା କରୁଥିବା ସକ୍ଷ ଅନୁସାରେ

ଆଈ ଅତୃପ୍ତ ଆତ୍ମା ଗୁମୁରି କହେ

ଆଈ କଥା ସର୍ବେ ହେଜ ଥରେ ।



Rate this content
Log in

Similar oriya poem from Tragedy