ଅତିରିକ୍ତ ଦିନ
ଅତିରିକ୍ତ ଦିନ
ଦେହ ବିଦେହ କୁ ଅନୁସରଣ କରୁଥିବା
ଶୂନ୍ୟ ରୁ ପୁଣ୍ଯ ପ୍ରାପ୍ତି ର ଅଙ୍କ କଷା ଭିତରେ
ପାପ ପୁଣ୍ଯ ର ତରାଜୁ ଭିତରେ ମୁହଁ ଟେକା
ଚାଲାକିଆ ଜୀବନ ର ଦାସ ଟିଏ
ଆଜି ମଲେ କାଲି କୁ ଦୁଇ ଦିନ
ଏନ୍ତୁଡ଼ିଶାଳ ରୁ ମଶାଣି ଭୂଇଁ
କୁଆଁ ରୁ ଭୁଆଁ ଯାଏଁ
ଏକ ଚିରାଚରିତ ଡିଆଁଡୁଇଁ..
ଦିଗନ୍ତ ବିସ୍ତାରୀ ହସ ସାଥେ କାନ୍ଦ ର ସଲା ସୁତୁରା ଭାବ
ନରମ ଓଠର ବିସ୍ଫାରିତ ସାମ୍ରାଜ୍ଯ ପ୍ରତିଷ୍ଠା କୁ ବାଟ ଦେଖେଇ ଶେଷ ମୁହୂର୍ତ୍ତ ରେ ଧୋକା ଦେଉଥିବା ଆଖି
ଏ ଦୁହେଁ ହିଁ ଜାଣନ୍ତି ଦୁନିଆଁ ର ରୀତି ନୀତି, ଆଶା ଭରସା,
ଅବଧାନ ଙ୍କ ଠୁ ଛାଟ ଖାଇ ଶିଖି ଥିବା ମିଶାଣ ଫେଡାଣ ଗଣିତ ଠିକ୍ ଭାବେ ପଢିବା _ଲେଖିବା_ ବୁଝିବା ର ଭାଷା
ଆଉ ଏଇ ଦୁହେଁ ବି ଜାଣନ୍ତି
ଦୁଇ ଦିନିଆ ସଂସାର ରେ
ପରିଭାଷା ଅଢେଇ ଅକ୍ଷର ର
ହରି ର ଆଉ ପ୍ରେମ ର
ଅଧା ଅତିରିକ୍ତ ଦିନ ର
ପୁନର୍ଜୀବିତ ହେଲେ ଆଉ ପୁଣି ଅଧା ର
ଅଦୃଶ୍ୟ ବିହି ର
ସୃଷ୍ଠି ଚକ୍ର ର ବ୍ୟୁହ ଭିତରେ ପେଶି ହେଉଥିବା ଦାସ ଟିଏ
ଗାଇ ଦିଏ ଦି ଚାରି ଧାଡ଼ି କେନ୍ଦରା ସୁର ରେ
ଆଉ କେବେ ସମ୍ପର୍କ ର ମଧୁ ମିଳନ ରେ
ବିଲ ମାଳ ରେ, ଫୁଲ ପ୍ରଜାପତି ରେ, ଅନ୍ଧାର ରାତିରେ,
ତୋଫା ତୋଫା ଜହ୍ନ ଆଲୁଅ ରେ
ପୂର୍ଣ୍ଣ ହେବ ନାହିଁ କି ଆଉ ଅତିରିକ୍ତ ଦିନ ର
ସେଇଟା କି ଭାଗ୍ୟ ଭବିଷ୍ୟତ ଏ ଦାସ ର