STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ଅତୀତ କି ଫେରେ

ଅତୀତ କି ଫେରେ

1 min
174


ଅତୀତ ଫେରେ ଭାବନାରେ

ଅତୀତ ଫେରେ କଳସୀ ସଂନ୍ଧ୍ଯାରେ

ଅତୀତ ଫେରେ ଫଗୁଣ କୃଷ୍ଣାଚୂଡାରେ

ଅତୀତ ତ ଫେରି ଆସେ

ଘୋର ଅନ୍ଧକାରେ

ଅତୀତ ତ ଫେରିଛି , କେହି ପଢି ପାରେନା 

କିନ୍ତୁ ସାଇତା କଥାକୁ କହି ପାରେନା।

ସେ ତ ଅପ୍ରକାଶ୍ୟ

ଅତୀତ ଫେରେ ଆଖି ପଲକ ଭିଜା ଶେଯରେ ,

ଅନେକ ସ୍ମୃତି ଗୁଚ୍ଛ ସୁଗନ୍ଧ ହାର ସାଥିରେ

ବଲ୍ମୀକ ଖିଆ ଖଟର ଝପସା ଛବିର ତାଳେ,

ଅତୀତ ତ ଫେରି ଆସେ 

ଅନୁତାପର କ୍ରିୟା ଚରିତ୍ରରେ

ପ୍ରକାଶ କରି ହୁଏନା

ସେ ଶୀତୋଉଷ୍ଣ ଅନୁଭୂତିକୁ।

ଉଚ୍ଚୈଶ୍ରବା ଅଶ୍ଵକୁ ହରାଇ 

ମନ ରାଜା ଛଟପଟ

ଅତୀତ ତ ଆସିଛି ମୁଠାଏ ପଖାଳ ନେଇ,

ଥଣ୍ଡାରେ ,ନିଆଁ ଚାରି ପାଖର ଆନନ୍ଦକୁ

ମନେ ମନେ ସୁଖ ଦେବା ପାଇଁ ।

ଅତୀତ ,ସ୍ମୃତି ପ୍ରଦୀପ ଜାଳି 

କାନେ କାନେ କହୁଛି 

ମୁଁ ବି ଆସିଛି ମାଟି କାନ୍ଥର 

ଠାକୁରାଣୀ ମନ୍ଦିର ଭକ୍ତି ଭାବନାକୁ ଯୋଡ଼ି

ମାଟି ତେଲ ଦୀପର ଉଦ୍ଦୀପନାରେ

ମା'ଙ୍କ ସିନ୍ଦୂର ମୁହଁ ଝଲସାଇ 

ମନେ ପକାଇ ଦେଉଛି,

ମାଧବୀ ମନର କୋହ ଭରା କଥାକୁ ।

ଏବେ ମା' ଦଶଭୁଜା ମହଣ ମହଣ ତେଲରେ

ବରଣ ହେଉଛନ୍ତି ।

ମାନସିକଧାରୀଙ୍କ ଲମ୍ବା ଧାଡ଼ି ଲାଗିଛି ।

ସୁନା ମୁକୁଟ, ରୁପା ଆଖି ଲାଗି କଲେ

ପୁଅ କଲେକ୍ଟର ହେବ ।

ଅତୀତ ଫେରିଛି, ଏମିତି ରୁପରେ ?

ଆଗରୁ ମା'ଙ୍କୁ ସିନ୍ଦୂର ,ଚୁଆ ବାଢି

ମଥା ନୁଆଇଁଲେ ଅମାପ ବର ଦେଉଥିଲେ ।

ମାଧବୀ ମନରେ ଅନେକ ପ୍ରଶ୍ନ

ମୋ ହାତରେ ଧନ ନାହିଁ

ମା କ'ଣ ଅତୀତ ପରି ଭକ୍ତ ମନ କଥା

ବୁଝିବେ ?

ଅତୀତ ତ ଫେରେ

ନବ ବଧୂଲି ବେଶରେ 

ପାଦରେ ନୁପୁର ଶଦ୍ଦ ,ରକ୍ତ ଜବା

ଅଳତା ଗାରରେ

ପରନ୍ତୁ ଏ କ'ଣ

ଅତୀତ କେଉଁଠି ପାଦ ରଖିବାକୁ

ସ୍ଥାନ ପାଉ ନାହିଁ

ଅଶରୀର ପରି ଘୁରି ବୁଲୁଛି ,

ଆଜିର ନାରୀ ଆଧୁନିକତାର ଦାସତ୍ୱରେ

ବଶୀଭୂତ

ଅତୀତ ତ ଫେରିଛି 

ବାହୁଡି ଯିବ କିପରି ?

ସେ ତାର ଜାଗା ପାଇଛି 

ଗାଁ କନିଆ ଛାତିରେ ।

ତୁହାକୁ ତୁହା ସ୍ନେହ ବର୍ଷା କରି

ରଜ, କୁଆଁର ପୁନେଇରେ

ଆଦରି ନେଇଛନ୍ତି ।

ସେମିତି, ମଣିଷମାନଙ୍କ ଛାୟା ପରି

ଧାଉଁ ଥିବ ।

ଅତୀତ ଏବଂ ଭବିଷ୍ୟତ 

ମନୁଷ୍ୟ ଜୀବନର ଦୁଇଟି ପାର୍ଶ୍ବ 

ପୁଣି ଦୁଇଟି ଚକ ପରି

ଏହା ବିନା ବଞ୍ଚିବା କଷ୍ଟକର ।

ଅତୀତ ଫେରୁ ଥିବ ଅଫେରା ସବାରି ଚଢି










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy