ଅତୀତ ଅମୂଲ୍ୟ
ଅତୀତ ଅମୂଲ୍ୟ
କିଛି ଅତୀତ ଯେ ମନେ ଗଲେ ପଡି
ମିଠା ଯନ୍ତ୍ରଣା ସେ ଦିଏ '
କିଛି ପିଲା ବେଳ କିଛି ମିଠା ସ୍ମୃତି
ଲୋତକ ଝରାଇ ଦିଏ ।
ଅତୀତ ଭାବନା କେଡେ ଆନମନା
ହସ ଲୁହ ଭରି ଦିଏ.'
ଯେତିକି ଆନଦ ସେତିକି କଷଣ
ମନ ଆନନ୍ଦିତ ହୁଏ ।
ଆମ୍ର ତୋଟା ପୁଣି ନଦୀ ତୀରେ ତୀରେ
ସାଙ୍ଗ ସାଥୀ ସଙ୍ଗେ ମିଳି '
ନାନା ଜାତି ଖେଳ ଖେଳୁଥିଲେ ଆମେ
ଅନେକ ସାଙ୍ଗ ଯେ ମିଳି ।
ତରଣୀ ବନାଇ ନଦୀ ସ୍ରୋତ ଧାରେ
ଦୂରକୁ ଭଷାଇ ଦେଇ. '
ପାଣି ଛଟା ଛଟି ସାଙ୍ଗ ସାଙ୍ଗ ମିଳି
ବସନ ଭିଜାଇ କରି ।
ଗୃହେ ଫେରୁ ଯେବେ ମାଆ ଗାଳି ଦିଏ
ଛାଟ ର ମଧୁର କଷ୍ଟ '
ମନେ ପଡିଗଲେ ସେହି ଦିନ ସବୁ
ଅତୀତ ଅମୂଲ୍ୟ ଶ୍ରେଷ୍ଠ ।
ଡକା ହକା ହୋଇ ବିଦ୍ୟାଳୟ ପାଇଁ
ସାଥୀ ହୋଇ ଚାଲି କରି '
ଛୁଟି ସମୟ ତ ନକହିବା ଭଲ
ଫେରୁ ଯେ ଚଞ୍ଚଳ କରି ।
କେବେ ନଦୀ କୂଳେ କେବେ ଗଛ ଡାଳେ
କେବେ ଲୁଚକାଳି ଖେଳ '
ମାଡ଼ଗୋଳ ପୁଣି ମତମତାନ୍ତର
ମାତ୍ର ଥାଏ କିଛି କ୍ଷଣ ।
ନଥାଏ ସମ୍ପର୍କ ସ୍ଵାର୍ଥ ଭରା ହୋଇ
ମନେ ଅହଙ୍କାର ନାହିଁ '
କେତେ ସ୍ୱଚ୍ଛ ଥିଲା ସେହି ପିଲା ବେଳ
ସେ ମନ ବା ଆଉ କାହିଁ ।
ସେହି ସାଙ୍ଗ ମେଳ ସେହି ପିଲା ବେଳ
ଫେରି କି ଆସିବ ସେହି '
ଖାଲି ଝୁରୁ ଥିବୁ ଖାଲି ଝୁରୁ ଥିବୁ
ମନେ ତାକୁ ଭାଳି ହୋଇ ।
