ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ
ସୁନା ପଞ୍ଜୁରୀରେ ରଖିଦିଅ ମୋତେ
ଶାରୀ ନୁହେଁ ମୁଁ ପରୀଟିଏ
ଅତି ଅଲିଅଳି ଦୁହିତା ତୁମର
ତୁମ ଲାଗି ମୁଁ ବଞ୍ଚି ଥାଏ ||
ଜୀବନଟା ମୋର ସପନରେ ଭରା
ମନେ ଭରିଛି କେତେ ଆଶା
ଦୁନିଆଁରେ ଦିନେ ବଡ଼ ହେବା ଲାଗି
କରିବନି ମୋତେ ନିରାଶା ||
ସପନକୁ ମୋର ହେବା ପାଇଁ ସତ
ଆଣି ଦେବ ନୂଆ ସୁଯୋଗ
ଆଲୋକିତ କରି ଜୀବନର ପଥ
ଦେବ ସଦା ମନେ ପୁଲକ ||
ସୁରକ୍ଷିତ ମଣେ ନିଜକୁ ସର୍ବଦା
ଥିଲେ ମୁଁ ତୁମରି ପାଖେ
ଦେହ ଦାନଵ ତ ରହିଛନ୍ତି ଘେରି
ସଦା ମୋର ଚାରିପାଖେ ||
ଅସୁରକ୍ଷିତ ମୁଁ ଦୁନିଆଁ ଆଖିରେ
କାଢ଼ିଦେଲେ ପାଦ ମୋର
ଜୀବନ୍ତ ପରାୟେ ଖାଇ ଯିବେ ମାରି
ବିକ୍ଷିପ୍ତ କରି ମୋ ଶରୀର ||
ଝିଅଟିଏ ହୋଇ ଭାବୁଛି ଆଜି ମୁଁ
କାହିଁକି ଲଭିଲି ଜନମ
ଅସୁରକ୍ଷିତ ପରୀଟିଏ ମୁଁ ଯେ
କିଏ ବୁଝିବ ମୋ ମରମ ||
