ଅସହ୍ୟ ତାତି, ଅଗ୍ନି ବର୍ଷା, ଜାଗ
ଅସହ୍ୟ ତାତି, ଅଗ୍ନି ବର୍ଷା, ଜାଗ
କୁଳୁ କୁଳୁ ନାଦେ ଏଇ,
ଆମ ଧରିତ୍ରୀରେ,
ନିର୍ମଳ ଝରଣା ଧାଏଁ ଛଳ
ଛଳ ଛନ୍ଦରେ ।
ଝରୁ ଆସୁଥିଲା ପାହାଡୁ
ନିର୍ମଳ ଝରଣା
ଆନନ୍ଦେ ଗାଉଥିଲା ସ୍ନିଗ୍ଧ
ଶୀତଳର ଗାନା ।
ବହି ଯାଉ ଥିଲା କେତେ
ପବିତ୍ରା ତଟିନୀ
ଏ ଭାରତ ଭୂଇଁରେ ବହୁ
ପବିତ୍ର ପାବନୀ ।
ନଦ ନଦୀ ଅଟେ ଆମର
ଜୀବନ ଦାୟିନୀ
ଶସ୍ୟ ସବୁଜ ବନାନୀର ସେ
ପରା ଜନନୀ ।
ଗୋଧୂଳି ଲଗନେ ପ୍ରତି
ସନ୍ଧ୍ୟା ଆଗମନେ
ଗାଉଛେ କେତେ କେତେ
ମନ୍ତ୍ର ଧ୍ବନି ଗାନେ ।
ପ୍ରଦୀପ ଜାଳି ପଠନ କରୁ
ଗୀତା ଭାଗବତ
ତୋଳିଛେ ପରା ବହୁ ପ୍ରକାର
ମନ୍ଦିର ମଠ ।
ଆମେ ଜାଣିଛେ, ତିନି ଚତୁର୍ଥାଂଶ
ପରା ଜଳ,
ଧରଣୀରେ, ଏକ ଚତୁର୍ଥାଂଶ
ଅଟଇ ତ ସ୍ଥଳ ।
ସୃଷ୍ଟିର ଉତ୍ପତ୍ତି ଜଳରୁ, ତାପର
ପ୍ରାଣୀର ଜାତ
ବିବର୍ତ୍ତନେ ମଣିଷ ଜୀବନ, ଏ
ବିଜ୍ଞାନ ସମ୍ମତ ।
ପ୍ରାଣୀ ଜଗତ ବଂଚନ୍ତି, ମୂଳତଃ
ତା ବୃକ୍ଷଲତା
ଜୀବନ ସମ୍ଭବ ରୁହେ ଏହା ସୃଷ୍ଟିର
ତ ବିଚିତ୍ରତା ।
ହେଉ କଳ କାରଖାନା ଅବା
ଖାଦ୍ୟ ଉତ୍ପାଦନ
ଜଳ ଯୋଗୁ ହୁଅଇ ସରବ କୃଷି
କର୍ମ ସମ୍ପାଦନ ।
ଜଳର ଅଭାବେ ସାରା ସୃଷ୍ଟି
ହୋଇ ଯାଏ ନାଶ
ଜଳ ବହୁଳେ ମଧ୍ୟ ଜୀବନ
ଶକତିର ସର୍ବନାଶ ।
ବସନ୍ତ ଋତୁର ମୃଦୁ ଶିହରଣ,
ଆଉ ପାଉନେ
ତାପ ପ୍ରଚଣ୍ଡତା, ଅଂଶୁଘାତ
ଭୟ ଜାଗଇ ମନେ ।
ଏବେ ଧରିତ୍ରୀ କିଆଁ କୁହ
ହୋଇଛି ଶ୍ରୀହୀନ
ଆମେ ସରବେ ପାଉଅଛେ
ଅଶେଷ କଷଣ ।
ଜୀବନ ସେବାରେ ଲାଗଇ
ବନଲତା ଭୂଇଁ
ବୃକ୍ଷର ଶୀତଳତାରେ ତୋଷ
ହୁଏ ବାଟୋଇ ।
ବୃକ୍ଷର ଛାୟାରେ ପ୍ରକୃତି ପାଏ
ତ ଆମୋଦ
ସୃଷ୍ଟିର ବିଚିତ୍ରତା ତାହା ଆମ
ପାଇଁ ଆଶିର୍ବାଦ ।
ପଦା କରିଦେଲେ ଆମେ
ଜଙ୍ଗଲ କାଟିଣ
ଠିଆ କରେଇଲେ କେତେ
କୋଠାବାଡିମାନ ।
ବୃକ୍ଷର ଅଭାବରେ, ଧରଣୀ
ଲୁହ ଝରାଉଛି
ତା ଲୁହର ଶାପରେ ମଣିଷ
ଆଜି କାନ୍ଦୁଛି ।
ସର୍ଵଂସହା କହି ନିଜ ଗୋଡେ
ମାରୁ କୁଠାର
ବିନାଶକୁ ଡାକି ଆଣୁଛେ ସବୁ
ହେବ ନାରଖାର ।
ଯେତେ ପରକାର ତା ଦେହେ
ଭରିଲେ ବିଷ
ଛାତିରେ ପାଦ ଦେଇ ଭୁଲି ଗଲେ
ପରିବେଶ ।
ବୃକ୍ଷ ରୋପିବା କେବେ? ଦେବା
ବଞ୍ଚିବାର ରାହା
ଦଗ୍ଧ ପ୍ରାଣେ ଶୀତଳତା ଭରିବା
ସେ ପରା ମାଆ ।
ଫେରାଇ ଆଣିବା ଓଠର ହସକୁ
ସବୁଜିମା ଭରି
ଚତୁଃପାର୍ଶ୍ଵ ମଧୁମୟ କରିବା, ଦୁଃଖ
ଯିବ ଅପସରି ।
ଆମକୁ ବୁଝିବାକୁ ହେବ, ଧ୍ୱଂସ
ପୁଂଜି ନିଶାରେ ଚଳିବା
ନିଜସ୍ୱାର୍ଥ ପାଇଁ କଲେ କାମ
ସମସ୍ତେ ଦିନେ ମରିବା ।
ସ୍ୱାଭିମାନ ଭୁଲି କେତେ ଦିନ
କୁହ ବଞ୍ଚି ପାରିବା
କାଠ କଣ୍ଢେଇ ସାଜି, ଅନ୍ୟ
ଇଶାରାରେ ନାଚିବା ।
ନିୟମ ମାନି ସତର୍କେ ଚଳିଲେ
ଜୀବନ ରକ୍ଷା ହୋଇବ
ପୁଂଜିବାଦୀର ପଶାପାଲି ଖେଳକୁ
ତେବେ ପ୍ରତିହତ କରିବ ।
