ଅଶ୍ରୁମୋକ୍ଷଣ
ଅଶ୍ରୁମୋକ୍ଷଣ
ଏକାନ୍ତ କାନନେ କନ୍ୟା ସୁନ୍ଦରୀର
ଅଶ୍ରୁମୋକ୍ଷଣ ଯେ ଶ୍ରୋତେ
କିମ୍ପା ଅଶ୍ରୁ ଧାର କିମ୍ପା ନିଃସହାୟ
ଅଶ୍ରୁମୋକ୍ଷଣ ର ସ୍ଥିତେ ।
ଅଧିର ଚିତ୍କାର କିମ୍ପାଇଁ ଯେ କର
ବିଷଣ୍ଣ ବଦନ ଘେନି
ଆପଦ ମସ୍ତକ କ୍ଷତ ବିକ୍ଷତ ଯେ
ଶୋଚନୀୟ କ୍ଲେଶ ଧ୍ୱନି ।
ଗୁଳ୍ମ ବୃକ୍ଷର ଏ ସ୍ପରଶ ଯେ ବହି
ଗ୍ରାହ୍ୟ କାନ୍ତ ଯେ ଲୋହିତ
ଅଙ୍ଗେ ଅଙ୍ଗେ ଘର୍ମ ଘର୍ମାଦେ ଏ କିମ୍ପା
ବୃକ୍ଷ ମୂଳେ ଭୟଭିତ ।
ଚକିତ ଇକ୍ଷିଣ କମୁଦ ସୁନ୍ଦରୀ
ଅଶ୍ରୁଳ ଅଜସ୍ର ଢାଳି
ବୋଲଇ ତରୁଣୀ ବ୍ୟାଘ୍ର କୁ ଇକ୍ଷିଣ
ମୃତ୍ୟୁ ଆବୋରିବି ଭାଳି ।
ଭିତ ମାନସ ରେ ଧାଇଁ ଆସି ମୁହିଁ
କାନନ ଅନ୍ତରେ ପଡେ
କିମ୍ପା ଆସୁଥିଲି କାନନ ବିହରି
ଦିଗ ହରା ହୋଇପଡେ ।
କିଏ ତୁମ୍ଭେ ଯୁବ ଦିଗଦର୍ଶକ ହେବ
କେମନ୍ତେ ଏ ଘଞ୍ଚ ବନେ
ଆସିଥିଲ କିମ୍ପା କାନନ ଅନ୍ତରେ
ଭିତ ତୁମ୍ଭ ନାହିଁ ମନେ ।
ଅଧୋଂଶୁକ ଦେଖି ଲାଗୁଛ କୁମାର
କୁହ ଅବା ସତ୍ୟ କିଏ
ମୁଁ ଅଟେ କୁମର ରାଜ୍ୟ ଅଟେ ମୋର
ଆସିଛି ଶିକାର ପାଏଁ ।
ପଙ୍କଜ ନୟନୀ କୁମଦ ହାସିନୀ
ଅଶ୍ରୁ ଏବେ ନେତ୍ରୁ ପୋଛ
ଭିତ କରନାହିଁ ମୁଁ ଅଟେ ଯେ କ୍ଷଣି
ମୋର ଅଗ୍ରେ ବ୍ୟାଘ୍ର ତୁଚ୍ଛ ।
ରୌପ୍ୟ ଗ୍ରାହ୍ୟେ ତୁମ୍ଭ କୃମି କୋଷଜ ଯେ
ତୁମ୍ଭ ପଟ୍ଟାନ୍ତର ନାହିଁ
ଆସ ସଖୀ ସଙ୍ଗେ ଫେରିଯିବା ଆମ୍ଭେ
ସ୍ଵୟଂ ଗୃହ ମୁଖ ହୋଇ ।
ଅମୂଲ୍ୟ ହସିନୀ ହାସ୍ୟ ମୁଖେ ଆଣି
କର ହସ୍ତେ ହସ୍ତ ଦିଅ
ଅଶ୍ଵେ ବେଗେ ନେବି ଗ୍ରାମେ ଛଡ଼ାଇବି
ଗ୍ରାମ କେଉଁ ଦିଗେ କୁହ ।
ପ୍ରତ୍ୟାବର୍ତ୍ତନ ଯେ ଗ୍ରାମଗ୍ରତେ କରୁ
ଗ୍ରାମେ ଠାବ ମୁହିଁ କରି
ବିଦାୟ ଦିଅ ଗୋ କନ୍ୟା ସୁନ୍ଦରୀ ଯେ
ବିଦାୟ ନେଉଛି ଭାରି ।
