STORYMIRROR

Pranati Acharya

Tragedy Classics Others

3  

Pranati Acharya

Tragedy Classics Others

ଅସହାୟ ପରୀ

ଅସହାୟ ପରୀ

1 min
212


ପଚାରୁଛି ଆଜି ପ୍ରଶ୍ନଟିଏ ପରୀ ସତକଥା ମୋତେ କୁହ 

ପୂର୍ବ ଜନମରେ କି ପାପ କରିଲି ଏହି ଜନ୍ମେ ହେଲି ଝିଅ ।। 

ରୂପଟି ଯାହାର ସରଗୁ ସୁନ୍ଦର ମୁହଁଟି ପଦୁଁଅ ଫୁଲ 

ସଂସାରର ସେ ଯେ ପୂର୍ଣ୍ଣମୟୀ ଆଭା ଲକ୍ଷେରେ ଅମୂଲ ମୂଲ ।। 

ସୃଷ୍ଟିର ଆରମ୍ଭ ହୁଏ ଯା କୋଳରୁ ସେ ଆଜି ଅସୁରକ୍ଷିତ 

ଆଧୁନିକତାର ଖୋଳପା ଭିତରେ ପରିଟିଏ ନିସ୍ପେଷିତ ।। 

ଯୌତୁକ ପିପାସି କଂସେଇ ହାତରେ ଅସହାୟ ପରୀ କେତେ 

ପ୍ରେମ ଛଳନାରେ ନଗ୍ନ ଫଟ ଚିତ୍ରେ ଜୁଇରେ ଜଳନ୍ତି କେତେ ।। 

ଛୋଟ ପରୀଟିଏ ଏକା ଚାଲୁଥିଲେ ସଭିଙ୍କକୁ ଦୃଷ୍ଟି ଥାଏ 

ଅପହରଣ ବା ଗଣ ଦୁଷ୍କର୍ମର ଶିକାର ସେ ହୋଇଯାଏ ।।

ନାରୀଟିଏ ଯେତେ ମାର୍ଜିତ ହେଲେ ବି ଏକା ଯଦି ଯାଉଥିବ 

କାମୁକର ସେହି ଲୋଲୁପ ଦୃଷ୍ଟିରୁ ବର୍ତ୍ତି ଯାଇ ନ ପାରିବ ।। 

ଏ ଯୁଗର ସୀତା ହୁଏ ଅପମାନ ଶରୀର କ୍ଷତ ବିକ୍ଷତ 

ମାତୃତୁଲ୍ୟା ନାରୀ ସମାଜ ରାସ୍ତାରେ ଯନ୍ତ୍ରଣାରେ ଜର୍ଜରିତ ।। 

ସ୍ବାର୍ଥ ପରତାର ପ୍ରତିଯୋଗିତାରେ ସହରୀ ସଭ୍ୟତା ଆଗେ 

ସଠତା ଆଉ ପ୍ରବଞ୍ଚନା ମଧ୍ୟେ ପରୀଟିଏ ମୁକ୍ତି ମାଗେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy