STORYMIRROR

SARATA KUMAR DAS

Romance

3  

SARATA KUMAR DAS

Romance

ଅର୍ଦ୍ଧାଙ୍ଗୀନି

ଅର୍ଦ୍ଧାଙ୍ଗୀନି

1 min
108


ଗୋଟିଏ ବୃନ୍ତରେ ଦୁଇଟି କଳିକା

ଦୁହେଁ ତ ଦୁହିଙ୍କ ପାଇଁ 

ଜୀବନ ଯନ୍ତ୍ରଣା କଣ୍ଟକିତ ପଥେ

ଚାଲିଥିବ ସାଥୀ ହୋଇ ।।


ଜହ୍ନକୁ ମାଗିଛି ଟିକିଏ ଜୋଛନା 

ଆକାଶକୁ ଶୀତଳତା

ଝରୁଥାଉ ସଦା ସ୍ନିଗ୍ଧ ଜ୍ୟୋସ୍ନା ଧାରା

ପ୍ରାଣେ ଭରୁ ମାଦକତା  ।।


ଚାଲିରେ ତମର ପଦ୍ମ ଫୁଟୁଥାଉ 

ମଧୁ ଝରୁଥାଉ ଓଠୁ

ରଜନୀଗଂଧା ର ବାସ ଭରିଯାଉ

କୁହୁ ଝରୁଥାଉ କଣ୍ଠୁ  ।।


ଦେଖାହୋଇଥିଲା ମୁହଁ ସଂଜ ବେଳେ

ଆକାଶେ ନଥିଲା ତାତି

ଘନ କୃଷ୍ଣ ତମ ବହଳ ବେଣୀରେ

ଖୋଜୁଥିଲି ଟିକେ ପ୍ରୀତି  ।।


ଆସିଥିଲ ଦିନେ ଫୁଲ ସବାରୀରେ

ନବ ବଧୂ ବେଶ ସାଜି

କୃଷ୍ଣଚୂଡା ରଙ୍ଗ ନାଲି ଓଢଣୀରେ 

ଫଗୁଣର ଶୋଭାରାଜି ।।


କହିଥିଲ କାନେ ଚୁପି ଚୁପି ମୋର

ମନର ଅବ୍ୟକ୍ତ ଭାଷା

କୋମଳ ପରଶେ ବୁଝିଥିଲି ମୁଁ ଯେ

ଜୀବନର ପରିଭାଷା  ।।


ବାଇଶ ବସନ୍ତ ବିତିଗଲା ପରେ

ଡହ ଡହ ଲାଗେ ଦିନ

ବର୍ଷା ବିନ୍ଦୁ ହୋଇ ଝରୁଥାଅ ସଦା

ପ୍ରେମସିକ୍ତ ହେଉ ପ୍ରାଣ  ।।


ତୁଳସୀ ମୂଳରେ ଜଳୁଥାଅ ତମେ 

ଦିକି ଦିକି ସଂଜବତୀ 

ତମେ ପୁଣ୍ୟବତୀ ତମେ ଆୟୁଷ୍ମତୀ

ମୋ ଜୀବନେ ଜହ୍ନରାତି  ।। 



Rate this content
Log in

Similar oriya poem from Romance