STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଅପୂର୍ବ ପ୍ରେମ

ଅପୂର୍ବ ପ୍ରେମ

1 min
201


ମନେ ପଡୁ ଅଛି ଏକ ଜାନୁଆରୀ

ଦୁଇ ହଜାର ର କଥା,

ନଦୀ କୁଳେ ଯାଇ ପିକନିକ କଲୁ

ଆମ ଗୃହସ୍ତ କଥା।

ମାଆଁ ବାପା ଦୁଇ ଦୁଇ ଭାଇ ଆମେ

ତିନି ଭଉଣୀଙ୍କ ସଙ୍ଗେ,

ଜିନିଷ ପତ୍ର ହିଁ ଲେଇ ଥିଲୁ ସେଠି

ଆନନ୍ଦ ଉତ୍ସାହ ସଙ୍ଗେ।

ବାପା ହିଁ କହିଲେ ମାଆଁଙ୍କୁ ମୋହର

ରନ୍ଧା ବଢା କାର୍ଯ୍ୟ ମୋର,

ଛୁଆକୁ ନେଇଣ ମନୋରଞ୍ଜନରେ

ଭୁଲି ଯାଆ ଆଜି ଘର।

ପକୋଡିକୁ ଛାଣି ଘୁଘୁନିକୁ କରି

ମୁଢି ସଙ୍ଗେ ଦେଲେ ବାଢି,

ମାଆଁଙ୍କୁ କହିଲେ ନେଇ ଆସ ବିଲେ

ଭଜନ ଦେଇଛି ବାଢି।

ନାସ୍ତା କୁ ଖୁଆଇ ରନ୍ଧଣା କରିଲେ

ବିଭିନ୍ନ ବ୍ୟଞ୍ଜନ କରି,

ସ୍ବାଦିଷ୍ଟ ହିଁ ଅତି ବାପାଙ୍କ ରନ୍ଧଣା

ଖାଇଲୁ ଆନନ୍ଦ କରି।

ତ୍ୟାଗ ପ୍ରତିମୂର୍ତ୍ତି ବାପା ହିଁ ମୋହର

ଲକ୍ଷ୍ମୀପୂର୍ଣ୍ଣା ମୋର ସେ ମାଁ,

ତାଙ୍କ ସ୍ନେହ ଶ୍ରଦ୍ଧା ଭୁଲି ହେବ ନାହିଁ

ସବୁ କିଛି ବାପା ମାଆଁ।

ପ୍ରାରମ୍ଭିକ ଶିକ୍ଷା ପିତାମାତାଙ୍କର

ଶିକ୍ଷା ଗୁରୁ ମଧ୍ୟ ଦୁହେଁ,

ମାତୃଭାଷା ଶିକ୍ଷା ତାଙ୍କ ଅନୁଦାନ

ଭାଷା ଗୁରୁ ମଧ୍ୟ ଦୁହେଁ।

ମାଆଁ ମାତୃଭାଷା ଜୀବନେ ଅମୂଲ୍ୟ

ପିତା ସ୍ବର୍ଗ ପରି ମୋର,

ତାଙ୍କରି ଚରଣ ମଥାର ଚନ୍ଦନ

ମଥାରେ ବଳିବି ମୋର।

ବ୍ୟତୀତ କରିବି ତାଙ୍କରି ଭକ୍ତିରେ

ପୂଜୁ ଥିବି ନିତିଦିନ,

ନିଅଁଟ ନ ହେଉ କିଛି ଆବଶ୍ୟକ

ସେବୁ ଥିବି ରାତି ଦିନ।

ମନେ ପଡୁ ଅଛି ଏକ ଜାନୁଆରୀ

ଦୁଇ ହଜାର ର କଥା,

ନଦୀ କୁଳେ ଯାଇ ପିକନିକ କଲୁ

ଆମ ଗୃହସ୍ତ ର କଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action