STORYMIRROR

Manoja kumar Pattnayak

Abstract Classics Fantasy

4  

Manoja kumar Pattnayak

Abstract Classics Fantasy

ଅପରିଚିତ

ଅପରିଚିତ

1 min
307

ଅପରିଚିତ ଚେହେରାଟି ଦିନେ 

ହୋଇଯିବ ପରିଚିତ

ହୁମ ନିଆଁ ପାଖେ ବସିଥିବା ସାଥି

ଛନ୍ଦି ମୋ ହାତରେ ହାତ l


ହାତରେ ନାଇବୁ ସୁନା କଙ୍କଣ

ଯେବେ ହେବ ପରିଚିତ

ପାଦରେ ପିନ୍ଧିବ ନାଲି ଅଳତା

ଝଲ ମଲ ଦିଶୁଥିବା l


ଏଈ ମନ ମୋର ପରିଚିତ ସାଜି 

ଖୋଜୁଥିବ ସାଥି ତୋତେ

ରାତିର ସାଥି ଟି କରିଦେବା ପାଇଁ 

ନେହୁରା ହୋଇବ କେତେ l


ମନ ମୋର ସଫା ହୃଦୟ ଟା ସଫା

ରଖିଦିଅ ତୁମ ମନେ

ଚିହ୍ନା ଚିହ୍ନା ମୁହଁ ଲାଗୁଥାଏ ମୋତେ

ମୁଁ ତମ ପ୍ରେମିକ ଜଣେ l


ଅପରିଚିତ ରୁ ପରିଚିତ ସାଜି 

ରହିବା ଜୀବନ ସାରା

ପରିଚିତ ମୁଁ ପରିଚିତ ଆଜି 

ଖୋଜୁଛି ତୁମ ସାହାରା l


ଅନେକ ଚେହେରା ଦେଖୁଥାଏ ମନ 

ସବୁ ଭୁଲିଯାଏ ଦିନେ 

ଅପରିଚିତ ଟି ପରିଚିତ ହେଲେ 

ମନ ଭୁଲେ ନାହିଁ କ୍ଷଣେ l



Rate this content
Log in

Similar oriya poem from Abstract