STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

2  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ଅପ୍ରାପ୍ତିର ଆଶା

ଅପ୍ରାପ୍ତିର ଆଶା

1 min
30


ଭଲ ପାଉଛି ବୋଲି କଣ

ଓଠ ଖୋଲି କହିବା ଦାରକର

ତୁମେ କି ବୁଝିପାରନା

ମୋ ନିରବ ଓଠର ଭାଷା ।


ତୁମ ଅବୁଝାପଣକୁ ବୁଝାଇବାକୁ ଯାଇ

ବେସରମର ମୁକୁଟ ପିନ୍ଧିବା

ପ୍ରଥମ ଝିଅ ହୁଏତ ମୁଁ ହେବି,

ତଥାପି ନିନ୍ଦା ଅପବାଦର 

ସିଂହାସନରେ ବସି

ପ୍ରେମକୁ ପ୍ରକାଶ କରିବାର

ଦୁଃସାହସିକତା କରିବି ।


ଏ ଜୀବନ ତ ଥରେ 

ଚେଷ୍ଟାରେ କ୍ଷତି ବା କ'ଣ!


ବହୁତ ଗପୁଥିଲି ଦିନେ,

ଆଜି କିନ୍ତୁ ଚୁପ

ଭାବ ଅଛି କିନ୍ତୁ ଭାଷା ପାଉନି

ବଖାଣିବାକୁ ପ୍ରେମର ସାହିତ୍ୟକୁ ।


ତୀବ୍ର ଗତିରେ ସ୍ପନ୍ଦିତ ହୁଏ 

ମୋ ଛାତିର ହୃଦୟ,

ତୁନି ଓଠ ଥରି ଉଠେ,

ପ୍ରିୟତମ ଆଗମନର ହାଲ୍କା

ଆଭାସ ପାଇଲେ,

ତୁମେ ବି ଆସନା ନୀରବରେ,

ଆଉ ନିରବେଇ ଦିଅ

ମୋ ଓଠରେ ଯୋଡି ତୁମ ଓଠେ

ଆଙ୍କି ଦିଏ ଗାଢ଼ ଗୋଟେ ଚୁମ୍ବନ ।


ଅପ୍ରାପ୍ତିର ଆଶା 

କେବଳ ଦୁଃଖ ହିଁ ଦିଏ..

କିନ୍ତୁ ପ୍ରାପ୍ତିର ଆକାଂକ୍ଷା ରଖିବା ତ

ମଣିଷର ସହଜାତ ପ୍ରବୃତ୍ତି

ମୁଁ ବା ବାଦ ଯିବି କେମିତି..!!


ମୋ ମନର ରଫ ଖାତା 

ବିଦ୍ରୋହ କରୁଛି,

ସଦା କାଗଜରେ କିଛି ତ ଲେଖ

କିଛି ବି ଆଙ୍କ,

ସେ ପ୍ରତ୍ୟାଖ୍ୟାନ ହେଉ ବା

ସାଦରେ ଗ୍ରହଣ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy