ଅଫୁଟା ଫୁଲ
ଅଫୁଟା ଫୁଲ
ତମ ହାତ ରନ୍ଧା
ଭାତ ତରକାରୀ
ଅଲଣା ଲାଗିଲେ
ମୋତେ,
ଭାବେ ମୁଁ ସମ୍ପର୍କ
ତମର ମୋର
ନିବିଡତା ନୁହେଁ
ସେତେ (୧)
ତମ ହାତ ଲେଖା
ଚିଠିଟି ପଢିଲେ
ଆଖିରୁ ଝରୁଛି
ଲୁହ,
ଭାବେ ମୁଁ ସମ୍ପର୍କ
ତମର ମୋର
ମଝିରେ କାହାର
ମୁହଁ (୨)
ତମ ହାତ ଗଢା
ମାଟି କଣ୍ଢେଇଟି
ଦିଶେ କାହା
ପ୍ରତିଛବି,
ଭାବେ ମୁଁ ସମ୍ପର୍କ
ତମର ମୋର
ମଝିରେ କାହାର
ଲବି (୩)
ତମ ହାତ ଅଙ୍କା
ଛବିର ମୁହଁରେ
ନାହିଁ କାହିଁ ଟିକେ
ହସ,
ଭାବେ ମୁଁ ସମ୍ପର୍କ
ତମର ମୋର
ଭରିଛି କେ ପୁଣି
ବିଷ (୪)
ତମ ହାତ ଲେଖା
ନାଟକରେ କାହିଁ
ଲେଖାନାହିଁ ମୋ
ସଂଳାପ,
ଭାବେ ମୁଁ ସମ୍ପର୍କ
ତମର ମୋର
ଛୁଇଁଲାଣି
ଶେଷଅଙ୍କ (୫)