ଅଫେରା ବାଳୁତ
ଅଫେରା ବାଳୁତ
ଆଜି ମନ ହୁଏ
ତୋତେ ଦେଖିବାକୁ ,,
ଇଚ୍ଛା ହୁଏ ତୋତେ ଛୁଇଁବାକୁ ।
ହେଲେ ଏ ହାତ ପାଏନା
ବଢେଇଥିବା ହାତ ଟି ଫାଙ୍କା
ହୋଇ ଫେରିଆସେ
ମୁଠାଏ ବିଫଳତା ନେଇ ।
ତଥାପି ଇଚ୍ଛା ହୁଏ ଦେଖିବାକୁ
ତୋର ସେହି ନିଷ୍ପାପ ଚେହେରା କୁ ।
ସତରେ
ତୁ କେତେ ନିରୀହ ।
କେତେ କୋମଳ ତୋର ମନ ।
ତୋ ପରି କଣ ଏଇଠି ଆଉ କେହି ନାହିଁ ।
ଯାହାକୁ ଦେଖି ମନରେ ଆସିବ ହସ ।
ଆଜି ଖେଳିବାକୁ ମନ ହୁଏ
ତୁ ଖେଳୁଥିବା ସେଇ
ମିଛିମିଛିକା ରାନ୍ଧୁଣିଆର ଖେଳ ।
ମିଛିମିଛିକା କଣ୍ଢେଇ ବାହାଘର ।
ହେଲେ ତୋର ସେହି ମିଛରେ ଭରିଥିଲା ଅମାପ ଖୁସି ।
ନା ଥିଲା କିଛି ପାଇବାର ଆଶା
ନା ହରାଇବାର ଦୁଃଖ ।
ଥିଲା କେବଳ ଅତି ସୁନ୍ଦର ମନ ।
ଯାହାକୁ ନା ଛୁଇଁଥିଲା ପାପ ,
ନା ସେ ଜାଣିଥିଲା
ପୁଣ୍ୟ ର ମିଛ ମାୟାଜାଲ ।
କେବଳ ଥିଲା ଖୁସି ।
ଆଜି ଖୋଜୁଛି ସେଇ ସମୟ ,
ସେଇ ମୁହୁର୍ତ୍ତ
ଯେଉଁଠି ନିଜକୁ ହଜେଇ
ମୁଁ ପାଇବି ଅପୂର୍ବ ଆନନ୍ଦ ।
ଜାଣିଛି ତୁ ଅଫେରା ,
ତଥାପି ମନ ଚାହେଁ
ସମୟର ବିପରୀତ ଦିଗରେ ବହିଯାଇ
କୋଳେଇ ଆଣିବାକୁ ତୋତେ ।