ଅଫେରା ଅତୀତ
ଅଫେରା ଅତୀତ
ଅଫେରା ଅତୀତ ଫେରିବନି ଆଉ କେବେ
ଏ ମନ ବୁଝେନା ଆଖି ଖାଲି ଲୁହ ଢାଳେ l
ସମୟ ସୁଅରେ ସବୁତ ଯାଇଛି ହଜି
ସ୍ମୁତି ସୂମଧୁର ନାଚି ଉଠେ ମନତଳେ l
କେତେ ଯେ ରଜନୀ ବିତିଥିଲା ତୁମ ସାଥେ
ଜହ୍ନଭରା ରାତି ତାରାର ତୋରଣ ତଳେ,
କହୁଥିଲା ଆଖି ଓଠ ଥିଲା ଚୁପ ହୋଇ
ଦୁଇ ମନ ଆତ୍ମା ଏକ ହୋଇ ଯାଉଥିଲେ l
ସ୍ପର୍ଶେ ତୁମ ହୃଦୟ ଆବେଗ ଯାଏଁ ବଢ଼ି
ଯେବେ ଯେବେ ତୁମେ ମୋ ପାଖକୁ ଆସ ଧାଇଁ,
ଝାଉଁଳି ଯାଏ ଗୋ ମୁଁ ଲାଜରେ ଯାଏ ମରି
ହେଲେ ଦୂରେଇ ଦେବାକୁ କେବେ ଚାହେଁ ନାହିଁ l
ସ୍ମୃତିର ମୁଠାଏ ପାଉଁଶ ମୋ ଭାଗ୍ୟେ ଅଛି
ମନ ସିନ୍ଦୁକରେ ତାହାକୁ ମୁଁ ସାଇତିଛି l
