STORYMIRROR

Jyotirmoyee Mohanty

Abstract

3  

Jyotirmoyee Mohanty

Abstract

ଅଫେରା ଅତୀତ

ଅଫେରା ଅତୀତ

1 min
198

ଅଫେରା ଅତୀତ ଫେରିବନି ଆଉ କେବେ 

ଏ ମନ ବୁଝେନା ଆଖି ଖାଲି ଲୁହ ଢାଳେ l

ସମୟ ସୁଅରେ ସବୁତ ଯାଇଛି ହଜି 

ସ୍ମୁତି ସୂମଧୁର ନାଚି ଉଠେ ମନତଳେ l


କେତେ ଯେ ରଜନୀ ବିତିଥିଲା ତୁମ ସାଥେ 

ଜହ୍ନଭରା ରାତି ତାରାର ତୋରଣ ତଳେ, 

କହୁଥିଲା ଆଖି ଓଠ ଥିଲା ଚୁପ ହୋଇ 

ଦୁଇ ମନ ଆତ୍ମା ଏକ ହୋଇ ଯାଉଥିଲେ l


ସ୍ପର୍ଶେ ତୁମ ହୃଦୟ ଆବେଗ ଯାଏଁ ବଢ଼ି 

ଯେବେ ଯେବେ ତୁମେ ମୋ ପାଖକୁ ଆସ ଧାଇଁ, 

ଝାଉଁଳି ଯାଏ ଗୋ ମୁଁ ଲାଜରେ ଯାଏ ମରି 

ହେଲେ ଦୂରେଇ ଦେବାକୁ କେବେ ଚାହେଁ ନାହିଁ l


ସ୍ମୃତିର ମୁଠାଏ ପାଉଁଶ ମୋ ଭାଗ୍ୟେ ଅଛି 

ମନ ସିନ୍ଦୁକରେ ତାହାକୁ ମୁଁ ସାଇତିଛି l



Rate this content
Log in

Similar oriya poem from Abstract