Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Tragedy

3  

Smruti Sephali Meher

Tragedy

ଅପେକ୍ଷାରେ ତୁମ

ଅପେକ୍ଷାରେ ତୁମ

1 min
160


ସାରା ରାତି

ତମାମ୍ ଅନ୍ଧକାର ଭିତରେ

ପରସ୍ତ ପରସ୍ତ କରି

ଥୋଇ ଚାଲୁଥିଲି

ଅତୀତର ଅନେକ କିଛି ସ୍ମୃତି ।


ସେଦିନ ତୁମେ ବି ଥିଲ

ଥିଲା ଗୋଟେ ପୂର୍ଣ୍ଣିମାର ରାତି

ହୃଦୟ ସ୍ପନ୍ଦନ ତୁମ କହୁଥିଲା

ସାରା ଜୀବନ ମୁଁ ତୁମ ସାଥି।


ଅଚାନକ ଆଖିର

ଅଙ୍କାବଙ୍କା ଲୁହ ସବୁ

ଏକାକାର ହୋଇଗଲା

କବରର ରକ୍ତ ମାଟିରେ l


ପାଦତଳ ମାଟି ଖସିଗଲା

ଲହୁ ଲୁହାଣରେ

ମରୀଚିକା ପାଲଟିଗଲା

ହୃଦୟର କୋଣ ଅନୁକୋଣ

ସ୍ପନ୍ଦନ ରହିଗଲା ଖାଲି

ଅପେକ୍ଷାରେ ତୁମ । 

 


Rate this content
Log in

Similar oriya poem from Tragedy