Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Romance

3  

Smruti Sephali Meher

Romance

ଅପାସୋରା ସ୍ମୃତି

ଅପାସୋରା ସ୍ମୃତି

1 min
182


ପ୍ରତି ଫଗୁଣରେ ମନେପଡ଼େ ସାଥୀ

ତୁମ ରଙ୍ଗବୋଳା କଥା

ଅବୀର ଛଳରେ ସିନ୍ଥିରେ ମୋହର

ଦେଇଥିଲ ସିନ୍ଦୂର ଟିପା ।

ବଉଳ ପେନ୍ଥାକୁ ଗଜରା କରିଗୋ

ପିନ୍ଧାଇଥିଲ ମୋ କେଶେ

ପଳାଶ ଫୁଲକୁ ପାଉଁଜି ସଜେଇ

ବାନ୍ଧି ଦେଇଥିଲ ମୋ ପାଦେ ।

ବରଷୁଥିଲା ପ୍ରୀତିର ଶ୍ରାବଣ

ତୁମ କୋଳେ ଥୋଇ ଥିଲି ମଥା

ତୁମେ କହୁଥିଲ ଅଳପ ଅଳପ

ହେଲେ ଜହ୍ନ ପଡ଼ୁଥିଲା ଫିକା ।

ତାରି ମାୟାବିନୀ କୁସୁମ କାମିନୀ

ଲୋଟୁଥିଲା ମୋର ଅଙ୍ଗେ

ମୁଁ ହଜୁଥିଲି ତୁମ ପ୍ରେମ ରାଗେ 

ତୁମେ ଲୁଚୁଥିଲ ତାରଙ୍କ ମଧ୍ୟେ ।

ହସି ଖୁସି ସାରା ରାତି

ଉଜାଗରେ ଗଲା କଟି

ଆଖି ଖୋଲା ରଖି ମୁଁ ଯେ

ତୁମରି ସ୍ବପ୍ନ ଦେଖୁଥିଲି ଚେତିଚେତି ।



Rate this content
Log in

Similar oriya poem from Romance