STORYMIRROR

Sudhir Kumar Panda

Tragedy

2  

Sudhir Kumar Panda

Tragedy

ଅପାରଗତା

ଅପାରଗତା

1 min
124

ସମସ୍ତଙ୍କ ମନୁ ମରିଛି ଚେତନା,

କିଏ ବା ବୁଝୁଚି ହୃଦୟ ବେଦନା,

ଦୁଇ ଦିନ ଯାହା ଆହା ଚୁ ଚୁ ହେବେ,

ପୁଣି ଧର୍ଷିବାକୁ ବାଟ ଛାଡିଦେବେ,

ରକ୍ଷକ ଯେଉଁଠି ଭକ୍ଷକ ହୁଅଇ

ନିଜ ଇଜ୍ଜତକୁ ଧର୍ଷିତା କରଇ

ଶତ ଧିକ୍କାର ସେଇ ଗଣତନ୍ତ୍ର

ଯେଉଁଠି ଶାସନ ନୁହଁଇ ସ୍ବତନ୍ତ୍ର

ଏପରି ଶାସନ କିବା ପ୍ରୟୋଜନ

ଯେଉଁଠାରେ ଗଡି ଗଡି ଯାଏ ଦିନ

ପ୍ରଜାର ରକ୍ଷଣେ ଯିଏ ଅପାରଗ

ନ୍ୟାୟର ଆଳରେ ଅନ୍ୟାୟର ଭୋଗ

କେତେ ଦିନ ଆଉ ଚଳିବ ଏପରି

ଘରର ଇଜ୍ଜତ ଯାଏ ସରି ସରି

ନ୍ୟାୟର ପ୍ରକ୍ରିୟା କେବେ ସଜାଡିବ

ତୁମକୁ ଏ ପ୍ରଶ୍ନ ହେ ମହାନୁଭବ

ଜଗିଛ କି ବାଜୁ ଜନତାଙ୍କ ଛାଟ

ଅବା ନିଜ ଘର ଇଜ୍ଜତର ଲୁଟ

ଲୋକ ପ୍ରତିନିଧି ଲୋକ ପାଇଁ କର

ନ୍ୟାୟ ବିଧାନକୁ ତ୍ବରାନ୍ବିତ କର

ବିଶ୍ବାସରେ ତୁମେ ହୋଇଥିଲ ବଛା

ପ୍ରତିଶ୍ରୁତି ରକ୍ଷା କର ବାରେ ଇଚ୍ଛା

ଅପାରଗ ପଣ ତୁମ ହେଲେ ଶେଷ

ଆମେ ନେବୁ ଟିକେ ଶାନ୍ତିରେ ନିଃଶ୍ବାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Tragedy