ଅନୁତପ୍ତ ଦାସ
ଅନୁତପ୍ତ ଦାସ
ହେ ଜୀବନ ନାଥ...
ସଂସାର ର ମୋହ ମାୟା ଜାଲ ରେ ଛନ୍ଦି ହୋଇ
ଏ ଅଧମ ର ଦିବରାତ୍ର
ଅପକର୍ମ ଅଶାସ୍ତ୍ର ସମ୍ମତ ହୀନ କର୍ମେଲିପ୍ତ
ଜିହ୍ଵା ବେଗ-ଉଦର ବେଗ- ଯୌନେନ୍ଦ୍ରିୟ ବେଗ ଅଣାୟତ,
ଷଡ଼ ଇନ୍ଦ୍ରିୟ କାମନା ବାସନା ରସନା ରେ ପରିତୃପ୍ତ,
ମୋ ଅପକର୍ମ ର ଅସଂଯତ ଚିତ୍ର ତୁମ ଆଗେ ନୁହେଁ ଅସ୍ପଷ୍ଟ,
ଭାବୁଚି ମୁକୁଳି ବାକୁ ହେଲେ ହେଇ ପାରେନା
ଶେଷ ସମୟ ବି ହେଲାଣି ଉପଗତ
ଲୋଡ଼ା ତୁମ୍ଭ ପଦ୍ମ ପାଦ ହେଲି ମୁଁ ଶରଣାଗତ
କରିବାକୁ ପ୍ରାୟଶ୍ଚିତ...l