ଅନୁତପ୍ତ ବହ୍ନି
ଅନୁତପ୍ତ ବହ୍ନି
ଝଡ ସିନା ଥମିଗଲା
ଦେଇଗଲା ଅନେକ ଯନ୍ତ୍ରଣା
ଭୁଲି ହେଉନାହିଁ
ଅତୀତର ସ୍ମୃତି
ଅନୁତପ୍ତ ବହ୍ନିଶିଖା ଜ୍ୱାଳା ।
ପ୍ରତିକ୍ଷଣେ ଦିଏ
ଅସହ୍ୟ ବେଦନା
କାହିଁ କେଉଁ ଅପରାଧେ ?
ଭୋଗୁଛି ମୁଁ ଏ କାଳ ଦୁର୍ଦ୍ଦଶା ।
ଜଳି ଉଠେ ହୃଦୟର ଘର
ନାହିଁ କିନ୍ତୁ କେହି
କହିବାକୁ ଆହା ପଦେ
ଅନୁତପ୍ତ ପଥିକଟେ ମୁଁ ।
ଦିଗହରା ରାସ୍ତାର ଅଲକ୍ଷ୍ୟ ପଥରେ
ଅନାଇ ରହିଛି
ପାଇବାକୁ ପଥ ପଦପ୍ରଦର୍ଶକ
ଭୂଲିବାକୁ ଅତୀତ ସନ୍ତକ
ଲେଖିବାକୁ ନୂଆ ବର୍ତ୍ତମାନ ।