STORYMIRROR

Kali charan Maharana

Others

4.6  

Kali charan Maharana

Others

ବର୍ଷାଗୋ

ବର୍ଷାଗୋ

1 min
275


ବର୍ଷାଗୋ !

ଆଜି କାହିଁ ବଳୁନାହିଁ ମନ

ଭିଜିବାକୁ ତୁମ ବର୍ଷାଧାରେ

ଇଛା ହେଉନାହିଁ

ଗଢିବାକୁ କାଗଜର ଡଙ୍ଗା

ଅସ୍ଥିର ଏ ତନୁ

ଝୁରିହୁଏ ପିଲାଦିନ

ଖେଳିବାକୁ ଇଛାହୁଏ

କାଦୁଅ ରାସ୍ତାରେ

ପୁଣି କାହିଁ ଫିକାଯାଏ ପଡି

ମନ ଆଉ ମନର ସ୍ପନ୍ଦନ

କହିବକି ଥରେ,

କାହିଁହେଲି ବାଟବଣା ?

ତିମିରିତ ଜୀବନ ପଥରେ,

ବୟସର ଗରମ ରକ୍ତରେ,

ଅବା କାହିଁ

କଳୁଷିତ ସମାଜର

ମିଛ ପ୍ରଶଂସାରେ ।



Rate this content
Log in