Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali charan Maharana

Others

4.7  

Kali charan Maharana

Others

ଆସିଛି ପୁଣି ମୋ ଜନମ ଦିନ

ଆସିଛି ପୁଣି ମୋ ଜନମ ଦିନ

1 min
237


ଜନମ ଦିନରେ ଜନମ ଦିନ

ଆସିଛି ପୁଣି ସେ ଖୁସିର ଦିନ

ସାଙ୍ଗସାଥି ସାଥେ ଭୋଜିଭାତ ମଜା

ପ୍ରଭାତେ କରିବି ଦିଅଁ ଦର୍ଶନ |


ସକାଳୁ ଉଠିକି ସିନାନ ସାରି

ପରିଧାନ ନୂଆ ବସନ କରି

ଫୁଲ ଫଳ ଗନ୍ଧ ଧୂପ ଦୀପ ସାଥେ

ଦେବାଳୟ ଯିବି ଅର୍ଚ୍ଚନା କରି |


ପିତାମାତା ଯେତେ ମୋ ଗୁରୁଜନ

ଆଶୀର୍ବାଦ ନେବି ସଭିଙ୍କ ପୁଣ

ଦୁଃଖିରଙ୍କି ଜନ ଘରକୁ ପାଛୋଟି

ଖାଇବାକୁ ଦେବି ଭୁରି ଭୋଜନ |


ଶୁଦ୍ଧ ପ୍ରେମ ଭକ୍ତି ପବିତ୍ର ମନେ

ପ୍ରାର୍ଥନା କରିବି ବିଶ୍ୱମୋହନ

ଭବିଷ୍ୟତ ମୋର ତାଙ୍କ ଚଲାପଥେ

ବାଟ ନ ହୁଡିବି ଏହି ଜଣାଣ |


ଆଡମ୍ବର ପୂର୍ଣ୍ଣ ନୂଆ ସଭ୍ୟତା

ଦୀପକୁ ଲିଭାଇ ପିଠାକୁ କଟା

ରୁଚି ନାହିଁ ମୋର ସେହି ଦରବରେ

ମୋ ପାଇଁ ଭଲ ମୋ କାକରା ପିଠା |


ସନ୍ଧ୍ୟାରେ କରିବି ସନ୍ଧ୍ୟା ଆଳତୀ

ଖୋଳ କରତାଳେ କରି ଭକତି

ତ୍ରିନାଥ ମେଳାର ଆୟୋଜନ ହେବ

ଆନନ୍ଦେ ନାଚିବେ ମୋ ସାଙ୍ଗସାଥି |


Rate this content
Log in