Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kali charan Maharana

Tragedy

4.7  

Kali charan Maharana

Tragedy

ଜରିଗୋଟାଳିର କାହାଣୀ

ଜରିଗୋଟାଳିର କାହାଣୀ

1 min
138


ଭାଗ୍ୟକୁ ମୋହର ନିନ୍ଦିବା ଶକତି କାହୁଁରେ ଆସିବ ଭାଇ

କରମ ମୋହର ନିଜ ଭାଗ୍ୟଫଳ ତା ସାଥେ ଚାଲଇ ମୁହିଁ ।

ଜରି ଗୋଟାଳି ମୁଁ ଗାଆଁ ଦାଣ୍ଡ ବୁଲି ଗୋଟାଏ ପତିତା ଜରି

ସମାଜ ଆଖିରେ ଘୃଣ୍ୟ ନିଚ ମୁହିଁ ତଥାପି ଯାଇନି ହାରି ।

ଗରୀବ ବୋଲିକି ଘରଘର ବୁଲି ଭିକତ ମାଗଇ ନାହିଁ

କରମ ମୋହର ନିଜ ଭାଗ୍ୟଫଳ ତା ସାଥେ ଚାଲଇ ମୁହିଁ ।

ସ୍ୱାଭିମାନ ମୋର ମଣିଷ ପଣିଆ ଦେଇନିତ କେବେ ମାରି

ନାଳ ନର୍ଦ୍ଦମାରେ ଅଳିଆ ଗଦାରେ ଦେଖିଛି ଭାଗ୍ୟର ଶିରୀ ।

କିଏ କହୁଥାଉ ଦରିଦ୍ର ଭିକାରୀ ନ ରଖେ ତାର ହିସାବ

ନିଜ ଅରଜନେ ଯେତିକି କମାଏ ମୋପାଇଁ ସ୍ୱର୍ଗ ବୈଭବ ।

ଜନମ କାଳରୁ ଦେଖିନିତ କେବେ ମାଆ ବାପା ସ୍ନେହ ଛାଇ

ଭାଗ୍ୟକୁ ମୋହର ନିନ୍ଦିବା ଶକତି କାହୁଁରେ ଆସିବ ଭାଇ ।

ତଥାପି ଦେଖୁଛି ନୂଆ ଆଶା ସ୍ୱପ୍ନ ତା ପାଇଁ କରଇ ଯୁଦ୍ଧ

ଦେଖିବ ଦୁନିଆ ଜରିଗୋଟାଳିର ଇତିହାସ ହେବ ବଧ ।


Rate this content
Log in